Home ଓଡ଼ିଶା ଘଷିପୁରା ନିର୍ବାଚନ ମଣ୍ଡଳୀର ଭୋଳନୁଆଗାଁରେ ଶାନ୍ତି ଶୃଙ୍ଖଳାର ସହ ହୋଇଯାଇଛି ପୁନଃ ମତଦାନ

ଘଷିପୁରା ନିର୍ବାଚନ ମଣ୍ଡଳୀର ଭୋଳନୁଆଗାଁରେ ଶାନ୍ତି ଶୃଙ୍ଖଳାର ସହ ହୋଇଯାଇଛି ପୁନଃ ମତଦାନ

508

ବଡ଼ବିଲ, ତା ୧୯ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ ସମଗ୍ର ରାଜ୍ୟର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ରୂପେ ପରିଚିତ। ଏହି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା କାଣ୍ଡ ଚରମ ସୀମାରେ ପହଞ୍ଚିଥିବାର ନଜିର ରହିଛି। ଗତ ଅପ୍ରେଲ ମାସ ୨୩ ତାରିଖ ମତଦାନ ପ୍ରକ୍ରିୟାରେ ଏହି ନିର୍ବାଚନ ମଣ୍ଡଳୀର ଗୋହିରା ପଞ୍ଚାୟତର ଭୋଳନୁଆଗାଁ ବୁଥ ନଂ ୧୭୧ ମତଦାନ କେନ୍ଦ୍ରରେ ଅନିୟମିତତା ହୋଇଥିବା ଖବର ନେଇ ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ନେଇ ନିର୍ବାଚନ କମିଶନରଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ଏହାକୁ ଗୁରୁତର ସହ ବିଚାର କରି ପୁନଃ ମତଦାନ ପାଇଁ ଆଜିର ତାରିଖକୁ ନିର୍ବାଚନ କମିଶନର ଘୋଷଣା କରିଥିଲେ। ଆଜି ସକାଳ ୭ ଘଟିକା ସମୟରେ ପୁନଃ ମତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଜେପିର ବରିଷ୍ଟ ନେତା ବିଚିତ୍ର ଚକ୍ର ଓ କଂଗ୍ରେସର ବରିଷ୍ଟ ନେତା ରତିକାନ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଭୋଟର ମାନେ ମଧ୍ୟ ଭାରି ଉତ୍ସୁକତାର ସହ ଲମ୍ବା ଲାଇନରେ ରହି ନିଜ ନିଜର ମତଦାନ ଦେଇଥିଲେ। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ତରଫରୁ ସମସ୍ତ ପ୍ରକାର ଶୃଙ୍ଖଳା କାର୍ଯ୍ୟ କଡ଼ାକଡ଼ି ଭାବରେ ପାଳନ କରାଯାଇଥିଲା। ଗତଥର ଏହି ବୁଥରେ ୫୬୬ ଜଣ ମତଦାତା ନିଜର ଅଧିକାର ସାବ୍ୟସ୍ତ କରିଥିବା ବେଳେ ଏଥର ଏହା ବୃଦ୍ଧି ପାଇ ୬୨୧ରେ ପହଞ୍ଚିଛି। ମୋଟାମୋଟି ଉପରେ ଶାନ୍ତି ଶୃଙ୍ଖଳାର ସହ ଏଠାରେ ମତଦାନ କାର୍ଯ୍ୟ ସମାପନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.