Home ଜଗତସିଂହପୁର କଟରା ସମିତିରେ ଧାନମଣ୍ଡି ଖୋଲିବା ଆଶଙ୍କାରେ ଚାଷି

କଟରା ସମିତିରେ ଧାନମଣ୍ଡି ଖୋଲିବା ଆଶଙ୍କାରେ ଚାଷି

124

ଜଗତସିଂହପୁର, ୨୧/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ସେବା ସମବାୟ ସମିତିରେ ଚଳିତ ବର୍ଷ ଚାଷିଙ୍କ ଠାରୁ ଧାନ କ୍ରୟ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ସମବାୟ ସମିତି ସହବନ୍ଧିତ କଟରା ମିନି ବ୍ୟାଙ୍କରେ ବ୍ୟାପକ ଅର୍ଥ ଆତ୍ମସାତ ଘଟଣାରେ ସମିତିର ସମ୍ପାଦକ ପ୍ରଦିପ୍ତ ନାୟକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଆଯାଇଥିଲା। ତାଙ୍କ ସ୍ଥାନରେ ନୂତନ ସମ୍ପାଦକଙ୍କ ନିଯୁକ୍ତି ନହେବାରୁ ଦିର୍ଘ ୬ମାସ ହେବ ସମବାୟ ସମିତି ବନ୍ଦ ରହିଛି। ଏହି କାରଣରୁ ଧାନ ବିକ୍ରୟ ନିମନ୍ତେ ଚାଷି ମାନେ ସେମାନଙ୍କର ନାମ ପଞ୍ଜିକରିଣ କରିପାରିନାହାନ୍ତି।

ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଅନଲାଇନରେ ଧାନ ବିକ୍ରୟ ନିମନ୍ତେ ଟୋକନ ପ୍ରଦାନ କରାଯାଉଛି। ଏହି ସମିତିର ଚାଷିମାନେ ନାମ ପଞ୍ଜିକରଣ କରିନପାରିଥିବାରୁ ଟୋକନ ସଂଗ୍ରହ ସହ ଏବେ ଧାନ ବିକ୍ରି କରିବା ନିମନ୍ତେ ଅସୁବିଧାରେ ପଡିବାର ସମ୍ଭାବନା ଦେଖାଦେଇଛି। ଏହି ସମିତିରେ ଏପର୍ଯ୍ୟନ୍ତ କେହି ନୂତନ ସମ୍ପାଦକ ନିଯୁକ୍ତି ହୋଇନଥିବାରୁ ଧାନ ସଂଗ୍ରହ ନେଇ କୌଣସି ସଠିକ ସୂଚନା ମିଳିପାରୁନାହିଁ। ଏହାଫଳରେ ସମିତିର ଶତାଧିକ ଚାଷି ଧାନ ଅମଳକରି ଏବେ ବିକ୍ରୟ କରିବା ନିମନ୍ତେ ଅନାଇ ବସିଛନ୍ତି। ଏସମ୍ପର୍କରେ ତିର୍ତ୍ତୋଲ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ (ସିସିବି)ଶାଖା ପରିଚାଳକ ଦୋଳଗୋବିନ୍ଦ ଖଟୁଆଙ୍କୁ ପଚାରିବାରୁ ସମିତିରେ ଜଣେ ସମ୍ପାଦକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏସମ୍ପର୍କରେ ଶିଘ୍ର ନିଷ୍ପତି ନିଆଯାଇ ମଣ୍ଡି ଖୋଲିବା ନିମନ୍ତେ ବ୍ୟବସ୍ଥ୍ରା କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.