Home Coronavirus Outbreak କଂଗ୍ରେସ ମୁକ୍ତ ଭାରତ କହୁଥିବା ବିଜେପି ପାଇଁ କରୋନା ମହାମାରୀ ଘାତକ ସାବ୍ୟସ୍ତ ହୋଇପାରେ

କଂଗ୍ରେସ ମୁକ୍ତ ଭାରତ କହୁଥିବା ବିଜେପି ପାଇଁ କରୋନା ମହାମାରୀ ଘାତକ ସାବ୍ୟସ୍ତ ହୋଇପାରେ

135

ଭୁବନେଶ୍ୱର ୧୧-୫ (ଓଡିଆ ପୁଅ/ପ୍ରିୟରଂଜନ ସାହୁ) କରୋନା ମହାମାରୀକୁ ମୁକାବିଲା କରିବାରେ ଭାରତ ସରକାର ଆଜି ସଂପୂର୍ଣ୍ଣ ବିଫଳ। ତୃଟିପୂର୍ଣ୍ଣ ରଣନିତୀ ଆଜି ବୁମେରାଂ ସାବ୍ୟସ୍ତ ହୋଇଛି। ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଭୁଷୁଡି ପଡିଛି କହିଳେ ଚଳେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଆଜି ଛୋଟିଆ ଛୋଟିଆ ରାଷ୍ଟ୍ରର ସହାନଭୁତିକୁ ଅପେକ୍ଷା କରି ରହିଛି। ଭାରତ ଆଜି ଏକ ଦୟାଶୀଳ ରାଷ୍ଟ୍ରରେ ପରିଣତ ହୋଇ ସାରିଲାଣି। ଲକଡାଉନ ଓ ସଟ୍‌ଡାଉନ୍ ଛଡା ଭାରତରେ ଆଉ କିଛି ବିକଳ୍ପ ଉପାୟ ନାହିଁ କରୋନାକୁ ମୁକାବିଲା କରିବା ପାଇଁ। ହସ୍ପିଟାଲ୍‌ରେ ବେଡ୍ ନାହିଁ, ଅକ୍ସିଜେନ ନାହିଁ, ଆଇସିୟୁ ନାହିଁ, ପର୍ଯ୍ୟାପ୍ତ ପରିମାଣର ଟୀକା ନାହିଁ। କେବଳ ଅନ୍ଧାରରେ ବାଡି ବୁଲାଇ ଚାଲିଛି ଏ ସରକାର। ଅଧିକାଂଶ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଶବଦାହ କରିବା ପାଇଁ ଶ୍ମଶାନର ଘୋର ଅଭାବ। ଅସ୍ଥାୟୀ ଭାବରେ ଶ୍ମଶାନ ନିର୍ମାଣ କରାଯାଇ ଶବଦାହ ଚାଲିଛି। ସାରା ଦେଶରେ ହାହାକାର ପରିସ୍ଥିତି।

ଭାରତର ଏପରି ଦାରୁଣ ପରିସ୍ଥିତି ଦେଖି ସାରା ବିଶ୍ୱ ଆଜି ସ୍ତବ୍‌ଧ। ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହରୀକୁ ସଫଳତାର ସହ ମୁକାବିଲା କରିଥିଲା ଭାରତ। ତା ପରେ ଭାରତ ସରକାର ଭାବିଥିଲେ କରୋନା ଚାଲିଗଲା। ଆଉ ଆସିବ ନାହିଁ। ଚାରିଆଡେ ଖୋଲାମେଲା ଓ ପ୍ରତିବନ୍ଧକ ଉପରେ କଟକଣା ହଟିଗଲା। କେନ୍ଦ୍ର ସରକାର ୫ ଗୋଟି ରାଜ୍ୟରେ ନିର୍ବାଚନ ଘୋଷଣା କଲେ। ସବୁ ରାଜନୈତିକ ଦଳ ଲକ୍ଷ ଲକ୍ଷ ଲୋକଙ୍କୁ ଧରି ବିଶାଳ ରାଲିମାନ କଲେ। କେନ୍ଦ୍ର ସରକାର ହରିଦ୍ୱାର କୁମ୍ଭ ମେଳାକୁ ଅନୁମତି ଦେଲେ। ଲକ୍ଷ ଲକ୍ଷ ଲୋକ ଆସି ବୁଡ ପକାଇଲେ। ସାରା ଦେଶରେ କରୋନା ବ୍ୟାପିଲା। ଗତ ବର୍ଷ କରୋନାର ପ୍ରଥମ ଲହରୀ ସମୟରେ ଦିଲ୍ଲୀରେ ମୁସଲମାନ ସଂପ୍ରଦାୟ ତଗଲିକ ଜମାତର ଆୟୋଜନ କରିଥିଲେ। ଏହି ସମାବେଶ ଦ୍ୱାରା ଭାରତରେ କରୋନା ବ୍ୟାପିଲା ବୋଲି ମୁସଲମାନ ସଂପ୍ରଦାୟକୁ କେତେ ତାତ୍ସଲ୍ୟ କରି ନଥିଲା ଏଦେଶ। ଆଜି କୁମ୍ଭ ମେଳା ପରେ ପରିସ୍ଥିତି ହେଲା କଣ ଏହା ଏକ ବିରାଟ ପ୍ରଶ୍ନବାଚୀ।

ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଦେଖି ସାଧାରଣ ଜନତା ମଧ୍ୟ ଆଉ ସତର୍କତା ଅବଲମ୍ବନ କଲେ ନାହିଁ। କରୋନା ଟୀକା ଉତ୍ପାଦନ କରି ପ୍ରଥମେ ନିଜ ଦେଶବାସୀଙ୍କୁ ଦେବା ବଦଳରେ ବିଦେଶୀ ରାଷ୍ଟ୍ରକୁ ଟୀକା ଯୋଗାଇଲେ। କେବଳ ବାହାବା ନେବା ପାଇଁ। ଭାରତୀୟ ଟୀକା ପାଇ ଆଜି ଅନେକ ରାଷ୍ଟ୍ର କରୋନାମୁକ୍ତ। ମାତ୍ର ଭାରତରେ କରୋନା ଜନିତ ସଂକ୍ରମଣ ଓ ମୃତ୍ୟୁହାରରେ ରୋକ ଲାଗୁନି। ଦେଶର ଆର୍ଥୀକ ପରିସ୍ଥିତି ଆଜି ରସାତଳଗାମୀ। ଅତ୍ୟାବଶକୀୟ ସାମଗ୍ରୀର ବଜାର ଦର ଆଜି ନିୟଂତ୍ରଣ ବାହାରେ। ସାଧାରଣ ଜନତା ଆଜି ହାହାକାର ଡାକ ଛାଡୁଛି। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଅର୍ଥ ବ୍ୟବସ୍ଥା ଆଉ ନିୟଂତ୍ରଣରେ ନାହିଁ।

ପଶ୍ଚିମବଙ୍ଗ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟରରେ ଆଉ କରୋନା ଅପଡେଟ୍ ଟୁଇଟ୍ ଆସୁନାହିଁ। ଜଣେ ବି କେନ୍ଦ୍ର ମନ୍ତ୍ରୀ ବା ବିଜେପି ନେତା କରୋନା ବାବଦରେ କିଛି ବକ୍ତବ୍ୟ ଦେବା ପାଇଁ ମିଡିଆ ସମ୍ମୁଖକୁ ଆସୁ ନାହାଁନ୍ତି। ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରି ସାରିଲେଣି ଯେ କରୋନାର ତୃତୀୟ ଲହର ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବାର ସମ୍ଭାବନା ରହିଛି। କରୋନାର ଦୁଇଟା ଲହର ଭାରତର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଡୁବାଇ ସାରିଲାଣି। ଯଦି ତୃତୀୟ ଲହର ଆସେ ତେବେ ଏ ଦେଶ କେବଳ ଭଗବାନଙ୍କ ହାତରେ। ଭାରତୀୟଙ୍କ ଆକ୍ରୋଶ ଭାବ ଏତେ ମାତ୍ରାରେ ବଢି ଯାଇଥିବ ଯେ ଏକଦା କଂଗ୍ରେସମୁକ୍ତ ଭାରତ ସ୍ଲୋଗାନ ଦେଉଥିବା କେନ୍ଦ୍ରରେ ଶାସିତ ବିଜେପି ସରକାର ୨୦୨୪ ମସିହା ବେଳକୁ ବିଜେପିମୁକ୍ତ ଭାରତ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.