Home ଜିଲ୍ଲା ପରିକ୍ରମା କଂଗ୍ରେସ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଦେହାନ୍ତ

କଂଗ୍ରେସ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଦେହାନ୍ତ

9

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ବନ୍ତର ବରିଷ୍ଠ କଂଗ୍ରେସ ନେତା ତଥା ଥାନା ଛକ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ରାମଚନ୍ଦ୍ର ପଣ୍ଡା(୭୨)ଙ୍କ ହୃତଘାତରେ ପରଲୋକ ଘଟିଛି। ଭୂବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ଗୁରୁବାର ମରଶରୀର ବନ୍ତରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ନିଆଯାଇ ବଜାର ପରିକ୍ରମା କରାଯାଇଥିଲା। ପୂଜା କମିଟିର ସେକ୍ ସୌକତ ଅଲ୍ଲି, ବିଜୟ କୁମାର ସାହୁ, ନୃସିଂହ ଚରଣ ପରିଡ଼ା, ଭଗୀରଥ ସାହୁ, ବସନ୍ତ କର,ତ୍ରିଲୋଚନ ପଣ୍ଡା,ଜଳଧର ପଣ୍ଡା,ପ୍ରକାଶ ସାହୁ ପ୍ରମୁଖ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ୰ରାମଚନ୍ଦ୍ରଙ୍କୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରାଯାଇଥିଲା। ସାନପୁଅ ସନ୍ତୋଷ ପଣ୍ଡା ମୁଖାଗ୍ନୀ ଦେଇଥିଲେ। ଆଜି ସକାଳ ୬ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବନ୍ତରେ ଦୋକାନ ବଜାର ବନ୍ଦ ରହିଥିଲା। ପ୍ରକାଶ ଯେ ୰ପଣ୍ଡା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାସଂଦ ଅନନ୍ତ ପ୍ରସାଦ ସଠୀ, ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀ,ପଞ୍ଚାନନ ମଣ୍ଡଳଙ୍କ ସହ କାର୍ଯ୍ୟକରି ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ସେ ଦୀର୍ଘ ୩୦ ବର୍ଷ ଧରି ବନ୍ତର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଦାଇତ୍ୱ ତୁଲାଇ ଆସୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.