Home ଜିଲ୍ଲା ପରିକ୍ରମା କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଟିଲୋ ସମିତି ସଭ୍ୟା

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ଟିଲୋ ସମିତି ସଭ୍ୟା

85

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଅନ୍ତର୍ଗତ ଟିଲୋ ପଞ୍ଚାୟତର କଂଗ୍ରେସ ଦଳ ସମର୍ôଥତ ସମିତି ସଭ୍ୟା ସୁପ୍ରଭା ଦାସ ତାଙ୍କ ସମର୍ଥକ ମାନଙ୍କ ସହ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ,ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ହେମନ୍ତ ପାଢୀ ଶ୍ରୀମତୀ ଦାସ ଓ ତାଙ୍କ ସହିତ ଦଳରେ ଯୋଗ ଦେଇଥିବା ଉମାକାନ୍ତ ବେହେରା, ବିକାଶ ଦାସ, ଚନ୍ଦ୍ରମଣି ଦାସ, ଶ୍ୟାମ ସୁନ୍ଦର ଦାସ, ଧନେଶ୍ୱର ଯେନା, ହରିହର ସେଠୀ, ମନୋରଞ୍ଜନ ଦାସଙ୍କ ସମେତ ଶତାଧିକ କର୍ମୀଙ୍କୁ ଦଳୀୟ ଉତ୍ତରୀୟ, ଟୋପି ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାନେତ୍ରୀ ପଙ୍କଜିନି ଲେଙ୍କା, ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ଯୁବନେତା ପୂର୍ଣ୍ଣ ଚନ୍ଦ୍ର ଯେନା, ସନ୍ତୋଷ ନାୟକ, ଜିତେନ ନାଥ, ଶଙ୍କର୍ଷଣ ଜେନା, ନବ କିଶୋର ବଳ, ଗୋପାଳ କୃଷ୍ଣ ଦାଶ, ଶିବାନନ୍ଦ ଦାସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନବାଗତଙ୍କୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.