Home ଓଡ଼ିଶା ଓୟୁଜେ ନୟାଗଡ ଜିଲ୍ଲା ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଓୟୁଜେ ନୟାଗଡ ଜିଲ୍ଲା ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

33

ନୟାଗଡ/୮/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ଓଡିଶା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ ନୟାଗଡ ଜିଲ୍ଲା ଶାଖାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଖଣ୍ଡପଡା ବ୍ଲକ ଧାନ ଚାଙ୍ଗଡା ପଞ୍ଚାୟତ ବେଲେଇଶୁଣୀ ପୀଠରେ ଜାନୁୟାରୀ ୮ ତାରିଖ ମଧ୍ୟାନ୍ନ ରେ ଅନୁଷ୍ଠିତ ହୋଇଯାଇଅଛି । ନୟାଗଡ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ ଏହି ବୈଠକରେ ସଭାପତିତ୍ୱ କରିଥିଲେ । ଏହି ବୈଠକ ରେ ଭାପୁର ବ୍ଲକ ଉପାଧକ୍ଷ ଗୟାଧର ପରିଡା ମୁଖ୍ୟ ଅତିଥି ଭାବେ , ଧାନ ଚାଙ୍ଗଡା ସମିତି ସଭ୍ୟ ଭୀମସେନ ମଲ୍ଲିକ୍ ସମ୍ମାନିତ ଅତିଥର ଭାବେ ଯୋଗଦାନ କରିଥିଲେ ।

ଜିଲ୍ଲାର ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ବିଶ୍ୱାଳ ଜିଲ୍ଲାର ବିବରଣୀ ପଠନ କରିଥିଲେ । ଏହି ବୈଠକରେ ନୟାଗଡ ଜିଲ୍ଲାର ସମ୍ପାଦକ ଆଲୋକ ସେନାପତି ଓ ବିରଞ୍ଚି ବାବୁ ଙ୍କ ସହ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦାନ କରିଥିଲେ । ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ ପ୍ରତି ବ୍ଲକରେ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ନିତ କରିବାକୁ ଆହ୍ୱାନ କରିଥିବା ସହ ଜିଲ୍ଲାରେ ପ୍ରତି ବ୍ଲକରେ ସଂଗଠନକୁ ମଜଭୁତ୍ କରିବା ପାଇଁ ସମସ୍ତ ସଦସ୍ୟ ଙ୍କୁ ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ଗୟାଧର ପରିଡା ଓ ସମ୍ମାନିତ ଅତିଥି ଭୀମସେନ ମଲ୍ଲିକ୍ ଙ୍କୁ ସମ୍ବର୍ôଧତ କରିଥିଲେ । ଶେଷରେ କୋଷାଧକ୍ଷ ଶିବନନ୍ଦ ଘଡେଇ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.