Home ଜିଲ୍ଲା ପରିକ୍ରମା ଓଡ଼ିଶା ସାହିତ୍ୟ ଏକାଡେମୀର ସାରସ୍ୱତ ସମାରୋହ

ଓଡ଼ିଶା ସାହିତ୍ୟ ଏକାଡେମୀର ସାରସ୍ୱତ ସମାରୋହ

123

ନୟାଗଡ଼, ୨୮ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ରୋଟାରୀ ଭବନ ଠାରେ ଓଡ଼ିଶା ସାହିତ୍ୟ ଏଳାଡେମୀର ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏଳାଡେମୀର ରାଜ୍ୟ ସଭାପତି ହରିହର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୌଦ୍ଧିକ ସମାରୋହରେ ମୁଖ୍ୟଅତିଥିଭାବେ ଉଚ୍ଚଶିକ୍ଷା, କୃଷି ଓ ପଶୁ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ପ୍ରତି ସାହିତ୍ୟକଙ୍କ ମନରେ ସକରାତ୍ମକ ମନୋଭାବ ରହିବା ସହିତ ଦୂରଦୃଷ୍ଟିର ମାନସିକତା ବଳବତ୍ତର ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏପରିକି ନିଜର ସାହିତ୍ୟ ସୃଷ୍ଟିରେ ସମାଜର ସ୍ୱାର୍ଥ ଓ କଲ୍ୟାଣ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ରହିବା ବିଧେୟ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଡ.ପୋମା ଟୁଡ଼ୁ, ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସଭ୍ୟ ଭାଗୀରଥୀ ମହାସୁଆର .ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ପ୍ରମୋଦ କୁମାର ପଟ୍ଟନାୟକ ପ୍ରମୂଖ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ବର୍ଷା କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହାକୁ ପ୍ରଶାନ୍ତ ଦାଶ, ସ୍ମିତା ସ୍ୱାଇଁ ଓ ଅବଦୁଲ୍ ଖାଲିକ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.