Home ଜଗତସିଂହପୁର ଆପଦ ମିତ୍ରଙ୍କ ଦ୍ଵାରା ନିଶା ନିବାରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଆପଦ ମିତ୍ରଙ୍କ ଦ୍ଵାରା ନିଶା ନିବାରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

135

ଜଗତସିଂହପୁର- ୨୮/୦୮ (ଓଡିଆ ପୁଅ /ନୃସିଂହ ଚରଣ ବାରିକ) : ଜିଲ୍ଲା ପ୍ରଶାସନ ଦ୍ଵାରା ନିଶା ନିବାରଣ କାର୍ଯ୍ୟକ୍ରମକୁ ତ୍ଵରାନ୍ଵୀତ କରିବା ନିମନ୍ତେ ଆପଦ ମିତ୍ର ଙ୍କୁ ନିୟୋଜନ କରିବା ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ଉଦଘାଟନ କରି ଜିଲ୍ଲାପାଳ ବର୍ତମାନର ଯୁବ ସମାଜରେ ନିଶା ସେବନର ମାତ୍ରା ଅତ୍ୟଧିକ ପରିମାଣରେ ବଢିଯାଇଥିବାରୁ ଉଦ୍ ବେଗ ପ୍ରକାଶ କରିଥିଲେ। ସମାଜରେ ଏହା ବିଭିନ୍ନ ସମସ୍ୟା ସୃଷ୍ଟି କରିବା ସହିତ ଯୁବ ସମାଜକୁ ପଥଭ୍ରଷ୍ଟ କରିଦେଉଛି ବୋଲି ଜିଲ୍ଲାପାଳ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଏହି ସମସ୍ୟାକୁ ବର୍ତମାନ ଠାରୁ ସଠିକ ଭାବେ ନିୟନ୍ତ୍ରଣ ନକଲେ ଭବିଷ୍ୟତରେ ମହାମାରୀର ରୂପ ନେବ ବୋଲି ପ୍ରକାଶ କରିଥିଲେ। ଆପଦ ମିତ୍ର ମାନେ ନିଶା ନିବାରଣ ପାଇଁ ଠିକ ଭାବରେ ସଚେତନତା କରିପାରିବା ସହିତ ଉପଯୁକ୍ତ ପରାମର୍ଶ ପ୍ରଦାନ କରି ଜଗତସିଂହପୁର ଜିଲ୍ଲାକୁ ନିଶାମୁକ୍ତ କରିପାରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ଦେଇ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡ଼ କଲ୍ୟାଣ ସୌରଭ ଦାଶ ପ୍ରଶିକ୍ଷଣର ଉଦ୍ୟେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲା ଚିକିସ୍ରା ଅଧିକାରୀ ଡା ବସନ୍ତ କୁମାର ବାରିକ ନିଶା ସେବନର ପରିସଂଖ୍ୟାନ ଉପସ୍ଥାପନା କରିବା ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସେହିପରି ଅବକାରୀ ଅଧିକ୍ଷକ ଶ୍ରୀ ରତିକାନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଅବକାରୀ ନିୟମ ବିଷୟରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବିଶିଷ୍ଟ ନିଶା ନିବାରଣ କର୍ମୀ ଶ୍ରୀ ସ୍ନେହାଶିଷ ନାୟକ ନିଶା ସେବନର କାରଣ, ନିରାକରଣ, ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସେହିପରି ଅବକାରୀ ନିରୀକ୍ଷକ ଶ୍ରୀ ପ୍ରତାପ କୁମାର ଦାଶ ବିଭିନ୍ନ ନିୟମ ବିଷୟରେ ଆଲୋଚନା କରିବା ସହିତ ନିଶା କାରବାର କୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗୁଡିକ ବିଷୟରେ ଆଲୋଚନା କରିଥିଲେ। ସେହିପରି ଜିଲା ମୁଖ୍ୟ ଚିକିସ୍ରାଳୟର ମାନସିକ ବିଶେଷଜ୍ଞ ଡା ଜୟଦେବ କୁମାର ଦେଓ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ନିଶା ସେବନର ବିଭିନ୍ନ କାରଣ ଓ ନିରାକରଣ ଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ଚାଳିଶ ଜଣ ଆପଦ ମିତ୍ର ଯୋଗ ଦେଇଥିଲେ। ସେମାନେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ପଞ୍ଚାୟତ ଇତ୍ୟାଦିରେ ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରିବା ସହିତ ଜିଲା ପ୍ରଶାସନକୁ ସାହାର୍ଯ୍ୟ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.