Home ଓଡ଼ିଶା ରୋଗ ଯନ୍ତ୍ରଣା ସହିନପାରି ବାପଘରେ ନବବଧୂର ଆତ୍ମହତ୍ୟା

ରୋଗ ଯନ୍ତ୍ରଣା ସହିନପାରି ବାପଘରେ ନବବଧୂର ଆତ୍ମହତ୍ୟା

210

ମାଲକାନଗିରି,୯ା୬(ଓଡିଆ ପୁଅ )ରୋଗ ଯନ୍ତ୍ରଣା ସହିନପାରି ନିଜର ମାନଶିକ ଭାରସ୍ୟମ ହରାଇ ବାପଘରେ ଥିବା ସମୟରେ ଜଣେ ନବବଧୂ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏପରି ଆଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଚାଂୟତ ଏମଭି୮୩ ଗ୍ରାମରେ,ସେହି ଗ୍ରାମର ମଲିନ ନମ ଙ୍କ ଝିଅ ଦିପାଳୀ(୧୯)ଗତ ୫ମାସ ତଳେ ଏମଭି୧୦ଗ୍ରାମର ବାଦଲମଣ୍ଡଳ(୨୪)ଙ୍କୁ ବିବାହ କରିଥିଲେ ।ବିବାହର କିଛିମାସ ପରେ ଦୀପାଳି ଜାଣିବାକୁ ପାଇଲେ ତାଙ୍କୁ କୌଣସି ଏକ ରୋଗ ମାଡିବସିଥିବାରୁ ତାଙ୍କ ଦେହ ସବୁବେଳେ ଅସୁସ୍ଥ ହେଉଛି, ଏହି ରୋଗ ପାଇଁ ସେ ସବୁବେଳେ ଅନ୍ୟମନସ୍କ ରହୁଥିଲେ ।ଗତ୫ତାରିଖ ଦିନ ଦୀପାଳି ତାଙ୍କ ବାପଘର ଏମଭି୍‌୮୩ ଗ୍ରାମକୁ ଯାଇଥିଲେ । ସୋମବାର ରାତ୍ରରେ ଘରେ ସମସ୍ତେ ଖାଇପିଇ ଶୋଇବାପରେ ମାନଶିକ ଭାରସାମ୍ୟ ହରାଇ ଦୀପାଳି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ , ନିଆଁରେ ପୋଡି ହୋଇଯିବା ସମୟରେ ସେ ଚିତ୍କାର କରିବାରୁ କଣ ହେଲା ବୋଲି ପରିବାର ଲୋକେ ଦୀପଳି ଶୋଇବା ଘରକୁ ଯାଇ ଦେଖିଲାବେଳକୁ ସେ ପୋଡିଯାଉଛି, ସଙ୍ଗେ ସଙ୍ଗେ ଦୀପାଳି ଦେହରୁ ନିଆଁ ଲିଭାଇ ତାକୁ ମାଲାକନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ପାଇଁ ପରିବାର ଲୋକେ ନେଇଯାଇଥିଲେ । ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ସୋମବାର ରାତ୍ରରେ ଦୀପାଳିଙ୍କର ମୃତ୍ୟୁଘଟିଥିଲା । ଏ ସଂପର୍କରେ ହସପିଟାଲ କର୍ତୁପକ୍ଷ ମାଲକାନଗିରି ଥାନାକୁ ଜଣାଇବା ପରେ ପୁଲିସ ହସପିଟାଲରେ ପହଁଚି ଦୀପାଳିର ମୃତ ଶରୀର ଜବତ କରି ଶବବ୍ୟବଛେଦ ପରେ ତାଙ୍କପରିବାରଙ୍କୁ ମୃତଶରୀର ହସ୍ତାନ୍ତର କରିଛନ୍ତି । ଏସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୧୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ଅଧିକ ତଦନ୍ତ ଚଳାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.