Home ଓଡ଼ିଶା ଓବିସି ବର୍ଗୀକରଣ ପ୍ରସଙ୍ଗର ପର୍ଯ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ଯ୍ୟକାଳ ୬ ମାସ ବୃଦ୍ଧି

ଓବିସି ବର୍ଗୀକରଣ ପ୍ରସଙ୍ଗର ପର୍ଯ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ଯ୍ୟକାଳ ୬ ମାସ ବୃଦ୍ଧି

310

ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ଧାରା-୩୪୦ ଅନ୍ତର୍ଗତ ଓବିସିମାନଙ୍କର ବର୍ଗୀକରଣ ପ୍ରସଙ୍ଗର ପର୍ଯ୍ୟବେକ୍ଷଣ ଲାଗି ଗଠିତ କମିସନର କାର୍ଯ୍ୟକାଳ ଅବଧିକୁ ୩୧.୦୭.୨୦୨୦ ପର୍ଯ୍ୟନ୍ତ ୬ ମାସ ବୃଦ୍ଧି କରାଯାଇଛି। ଏନେଇ ଏକ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି।

ଏହି କମିସନ ଓବିସି କେନ୍ଦ୍ରୀୟ ସୂଚୀରେ ଥିବା ବିଭିନ୍ନ ତଥ୍ୟକୁ ପଢ଼ି ସେଥିରେ ରହିଥିବା ତ୍ରୁଟି ଓ ପୁନରାବୃତିକୁ ସୂଚାଇବ ଏବଂ ଆବଶ୍ୟକୀୟ ସଂଶୋଧନ ପାଇଁ ସୁପାରିସ କରିବ। ବର୍ତମାନ ଓବିସି ସୂଚୀ ଅନ୍ତର୍ଗତ ଗୋଷ୍ଠୀ ଯେଉଁମାନେ କି ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରୀ ଚାକିରି ଓ ଭାରତ ସରକାରଙ୍କ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଡମିସନ ପାଇଁ ସଂରକ୍ଷଣ ସୁବିଧାରୁ ବଂଚିତ, ସେମାନେ ଏହି କମିସନର ସୁପାରିଶ ଅନୁଯାୟୀ ଲାଭ ପାଇବେ। ଏଥି ସହିତ କେନ୍ଦ୍ରୀୟ ଏସଇବିସି ସୂଚୀ ଅନ୍ତର୍ଗତ ଗୋଷ୍ଠୀର ଲୋକମାନେ ଯେଉଁମାନେ ଚାକିରି ବା ଆଡମିସନ କ୍ଷେତ୍ରରେ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣରୁ ବଂଚିତ ହେଉଛନ୍ତି, ସେମାନଙ୍କୁ ମଧ୍ୟ ଏହି ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.