Home ଓଡ଼ିଶା ପିକଅପ ଭ୍ୟାନ୍ ସହ ମୋଟର ସାଇକେଲର ମୁହାଁମୁହିଁ ଧକ୍କା

ପିକଅପ ଭ୍ୟାନ୍ ସହ ମୋଟର ସାଇକେଲର ମୁହାଁମୁହିଁ ଧକ୍କା

282

ବାଲିଗୁଡ଼ା, ୨୨/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ର ଡାବୁଡ଼କିଆ ଘାଟିରେ ବୁଧବାର ଅପରାହ୍ନ ରେ ଏକ ମୋଟର ସାଇକଲ ସହ ପିକଅପ ଭ୍ୟାନ ନଂ.ଓଆର ୧୭ଏସ ୦୩୦୭ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହାତ ହୋଇଛନ୍ତି।

ଖବର ପାଇ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ହୋଇଥିବା ବାଇକ ଚାଳକ ମେଲିସିକିଆ ଗ୍ରାମର ବିପ୍ର ଚରଣ ମଳିକ (୪୪) ଙ୍କୁ ଉଦ୍ଧାର କରାଯାଇ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ଶ୍ରୀ ମଳିକଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.