Home ଓଡ଼ିଶା ଓଡିଶା ଆଶାକର୍ମୀ ଆସୋସିଏସନ୍ ର ୧୮ଦଫା ଦାବି ପତ୍ର ପ୍ରଦାନ

ଓଡିଶା ଆଶାକର୍ମୀ ଆସୋସିଏସନ୍ ର ୧୮ଦଫା ଦାବି ପତ୍ର ପ୍ରଦାନ

134

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୮-ନୟାଗଡ ଜିଲ୍ଲା ରଣପୁର ର ଚାନ୍ଦପୁର କୋଭିଡ୍ ହସ୍ପିଟାଲ ସାମନାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଭୁବନେଶ୍ୱରଙ୍କ ଉଦ୍ଧେଶ୍ୟରେ ଆଶାକର୍ମୀ ଆସୋସିଏସନ୍‌(ସିଟୁ) ତରଫରୁ ୧୮ଦଫା ଦାବିପତ୍ର ପ୍ରଦାନ କରାଯାଇଥିବା ଜଣା ପଡିଛି । ସ୍ୱାଗତିକା ରଥ ଙ୍କ ମାଧ୍ୟମରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ ଘରୋଇ କରଣ ଏମ୍‌.ଓ.ୟୁ କୁ ବାତିଲ କରିବା ସହ ୧୮ଦଫା ଦାବି କରାଯାଇଛି ।

ଅଗଷ୍ଟ ୭ ତାରିଖ ଦିନ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ମଧ୍ୟ ଅନୁରୁପ ବିକ୍ଷୋଭ କରାଯାଇଥିଲା । ଏଥିରେ ଆଶାକର୍ମୀ ଆସୋସିଏସନ୍ ର ରାଜ୍ୟ କମିଟିର ସଂଯୁକ୍ତା ସାହୁ, ମମତା ସାହୁ, ସ୍ମୃତିରେଖା ସେନାପତି ଓ ମିନତୀବାଳା ଭୁଜବଳ ଯୋଗ ଦେଇଥିଲେ । ଏହି ବିକ୍ଷୋଭରେ ସିଟୁ ର ସୁରେଶ ସ୍ୱାଇଁ, ଦଃୁଶାସନ ଜେନା ପ୍ରମୁଖ ବହୁନେତା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.