Home ଓଡ଼ିଶା ଓଡ଼ିଆ କବିତାର ଭବିଷ୍ୟତ ଉଜ୍ଜ୍ୱଳମୟ : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଓଡ଼ିଆ କବିତାର ଭବିଷ୍ୟତ ଉଜ୍ଜ୍ୱଳମୟ : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

62

ଭୁବନେଶ୍ୱର/କଟକ, ୧୧/୫ (ଓଡ଼ିଆ ପୁଅ /ଅଭୟ ଜେନା) ରାଜ୍ୟର ଅଗ୍ରଣୀ ସାରସ୍ୱତ ଆନୁଷ୍ଠାନ “ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ” ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଧାନସଭା ସମ୍ମିଳନୀ କକ୍ଷରେ ଏକ ସାହିତ୍ୟ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟର ୪ ଜଣ ଲବ୍ଧ ପ୍ରତିଷ୍ଠିତ ସାରସ୍ୱତ ସାଧକ ବାଣୀଶ୍ରୀ ସସ୍ମିତା ପଣ୍ଡାଙ୍କ କବିତା ସଙ୍କଳନ ‘ଜୀବନ’, ଅଧ୍ୟାପକ ନିଧି ସାହୁଙ୍କ କବିତା ପୁସ୍ତକ ‘ଅଦୃଶ୍ୟ ଛାଇର ଛିଟା’, ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ କବିତା ସଂକଳନ ‘ସ୍ମୃତି ସିଲଟ’ ଓ କବି ମୋନାଲିସା ସିଂହ ଙ୍କର କବିତା ପୁସ୍ତକ ‘ଆଞ୍ଜୁଳାଏ ସ୍ୱରଲିପି’ କୁ ମୁଖ୍ୟ ଅତିଥି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉନ୍ମୋଚିତ କରିଛନ୍ତି।

ପୁସ୍ତକର ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଏହି ଉପଲକ୍ଷେ ଅନୁଷ୍ଠାନର ସଭାପତି ସାହିତ୍ୟିକ କାଶୀନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ଜ୍ୱଳମୟ ବୋଲି କହିଥିଲେ।

ବହି ପ୍ରତି ପାଠକୀୟ ଆଗ୍ରହକୁ ସେ ବେଶ ପ୍ରଶଂସା କରିଥିଲେ।

ଉତ୍ସବରେ ତିନୋଟି ଯାକ କବିତା ପୁସ୍ତକକୁ ମୁଖ୍ୟଅତିଥି ଶ୍ରୀ ପାତ୍ର ଉନ୍ମୋଚନ କରି ଲେଖକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକ ଗୁଡିକ ଜନାଦୃତ ହେବାକୁ ଆହ୍ୱାନ ଦେଇଥିଲେ।

ଉତ୍ସବରେ ମୁଖ୍ୟବକ୍ତା ଭାବେ ସଂସ୍କୃତବିତ ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଯୋଗଦେଇ କହିଲେ- ବିଶ୍ୱ ସାହିତ୍ୟରେ ଓଡ଼ିଆ କବିତାର ସ୍ୱତନ୍ତ୍ରତା ସବୁବେଳେ ରହିଆସିଛି।

ଶ୍ରୀ ମିଶ୍ର ଆମ ମାଟିର ସାରସ୍ୱତ ସାଧକ ମାନଙ୍କ କୃତୀ ଓ କୀର୍ତ୍ତିର ଭୁରି ଭୁରି ପ୍ରଶଂସା କରିଥିଲେ।

ଯୁବ ପୀଢ଼ିର ଲେଖକ ମାନଙ୍କୁ ଉତ୍ସାହିତ କରିବା ଆମ ସମସ୍ତଙ୍କର ଦାୟୀତ୍ୱ ବୋଲି ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବିଧାନସଭା ସଚିବ ଦାଶରଥି ଶତପଥୀ ଓ ଗବେଷଣା ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ମାହାଙ୍ଗା ବଡ଼ଚଣା ସାହିତ୍ୟ ସଂସ୍କୃତି ପରିଷଦର ଅଧ୍ୟକ୍ଷ କବି ଭକ୍ତ ଚରଣ ସାହୁ ପ୍ରମୁଖ ଯୋଗଦେଇ ଓଡ଼ିଆ କବିତାର ବହୁ ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ହେମନ୍ତ କୁମାର ଜେନା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି ସାରସ୍ୱତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

ଉତ୍ସବରେ ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବହୁ କବି, ସାହିତ୍ୟିକ, ଗାଳ୍ପିକ, ସମାଲୋଚକ, ବୁଦ୍ଧିଜୀବୀ ଏବଂ ପାଠକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.