Home ଓଡ଼ିଶା ଓଏଏଲ୍‌ପି ଚୁକ୍ତିସ୍ୱାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ : ୨୦୨୦ରେ ଦେଶର ଉର୍ଜା ଭିତିଭୂମିରେ ଅଭୂତପୂର୍ବ ପ୍ରଗତି ହେବ...

ଓଏଏଲ୍‌ପି ଚୁକ୍ତିସ୍ୱାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ : ୨୦୨୦ରେ ଦେଶର ଉର୍ଜା ଭିତିଭୂମିରେ ଅଭୂତପୂର୍ବ ପ୍ରଗତି ହେବ : ଧର୍ମେନ୍ଦ୍ର ପ୍ରଧାନ

163

ନୂଆ ଦିଲ୍ଲୀ ୨-୧ (ଓଡ଼ିଆ ପୁଅ) ଉର୍ଜା କ୍ଷେତ୍ରରେ ଭାରତ ସରକାର ରାଜସ୍ୱ ଅପେକ୍ଷା ଉତ୍ପାଦନକୁ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କାରଣରୁ ଏହି କ୍ଷେତ୍ରରେ କ୍ରମାଗତ ସଂସ୍କାର ଅଣାଯାଇପାରୁଛି। ବର୍ଷ ୨୦୨୦ରେ ଦେଶର ଉର୍ଜା ଭିତିଭୂମିରେ ଅଭୂତପୂର୍ବ ପ୍ରଗତି ହେବ ବୋଲି ନୂଆଦିଲ୍ଲୀ ଠାରେ ଓପନ ଆକ୍ରେଜ ଲାଇସେନ୍ସିଂ ପଲିସି ଓଏଏଲପି ବିଡ୍ ରାଉଣ୍ଡ-୪ ଅଧୀନରେ ଚୁକ୍ତି ସ୍ୱାକ୍ଷର ହେବା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଏନଜିସିକୁ ମିଳିଥିବା ୭ ବ୍ଲକ ପାଇଁ ଅଭିନନ୍ଦନ ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ଅଢେଇ ବର୍ଷରେ ଭାରତ ସରକାରଙ୍କ ପକ୍ଷରୁ ସଫଳତାର ସହ ଅନୁସନ୍ଧାନ ଓ ଉତ୍ପାଦନ ପାଇଁ ପ୍ରାୟ ୧.୪ ଲକ୍ଷ ବର୍ଗ କିଲୋମିଟର ଆବଂଟନ କରାଯାଇଛି। କ୍ରମାଗତ ସଂସ୍କାର କରାଯାଇ ନୀତିଗତ ଭାବେ ଓପନ ଆକ୍ରେଜ ଲାଇସେନ୍ସିଂ ପଲିସି ଓଏଏଲପି ବିଡ୍ ରାଉଣ୍ଡ-୪ ଅଧୀନରେ ପ୍ରଥମ ରାଉଣ୍ଡରେ ୬୦ ହଜାର କିମି, ଦ୍ୱିତୀୟ ଏବଂ ତୃତୀୟ ରାଉଣ୍ଡରେ ପ୍ରାୟ ୩୦-୩୦ ହଜାର ଏବଂ ଚତୁର୍ଥ ରାଉଣ୍ଡରେ ୧୮ ହଜାର ୫୦୦ ବର୍ଗ କିମିର ଆବଂଟନ ପୂରଣ ହୋଇଛି ଏବଂ ଚତୁର୍ଥ ରାଉଣ୍ଡର କାମ ଓଏନଜିସି ଦ୍ୱାରା ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଉର୍ଜା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଭାରତ ସରକାରଙ୍କ ତରଫରୁ ଉର୍ଜା କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରାଯାଉଛି। ଜାତୀୟ ଭିତିଭୂମି କ୍ଷେତ୍ରରେ ଆଗାମୀ ୫ ବର୍ଷ ପାଇଁ ୧୦୨ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବାର ଯୋଜନା କରାଯାଇଛି। ଏହି ପ୍ରକଳ୍ପରେ ଉର୍ଜା କ୍ଷେତ୍ରର ୨୪ ପ୍ରତିଶତ ଭାଗ ରହିବ। ଯାହା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବ। ଦେଶର ଅର୍ଥନୀତିକୁ ଦ୍ରୁତ ବିକାଶ ପ୍ରଦାନ କରିବାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ଅଂଶୀଦାରଙ୍କ ଯୋଗଦାନ ରହିଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବର୍ତମାନ ବିଜ୍ଞାନ ଓ ପ୍ରଯୁକ୍ତି ଦ୍ରୁତ ଗତିରେ ଅଗ୍ରସର ହେଉଛି। ତୈଳ ଏବଂ ଗ୍ୟାସ କମ୍ପାନୀମାନେ ମଧ୍ୟ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ପାଇଁ ଡିଜିଟାଲାଇଜେସନକୁ ଗୁରୁତ୍ୱ ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.