ଭଦ୍ରକ, ୧୭ା୫ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆରଏମସି ପରିସରରେ ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଯେ ) ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ସଙ୍ଘ ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଫିତା କାଟି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଏହି ଅବସର ରେ ସଙ୍ଘ ଦିବାର୍ଷିକ ଜିଲ୍ଲା କାର୍ଯ୍ୟକର୍ତା ନିର୍ବାଚନ ହୋଇଥିଲା । ଏଥିରେ ପର୍ଯ୍ୟବେକ୍ଷକ ଭାବେ ସଙ୍ଘର ରାଜ୍ୟ ଉପ ସଭାପତି ବାସୁଦେବ ତ୍ରିପାଠୀ ଯୋଗ ଦେଇଥିଲେ । ଆଗାମୀ ଦୁଇ ବର୍ଷ ପାଇଁ ସଙ୍ଘର ଜିଲ୍ଲା ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ନିହାର କୁମାର ଦାସ ଏବଂ ସାଧାରଣ ସମ୍ପାଦକ ଭାବେ ପ୍ରତାପ କୁମାର ଦାସ ନିର୍ବାଚିତ ହୋଇଥିଲେ । ସେହିଭଳି ସଙ୍ଘର ଉପସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ରାୟ, ସଂଗଠନ ସମ୍ପାଦକ ଭାବେ ବିକାଶ କୁମାର ଧଳସାମନ୍ତ,ସହ ସମ୍ପାଦକ ଭାବେ ସନାତନ ରାଉତ, ଓମ ପ୍ରକାଶ ମିଶ୍ର ଏବଂ କୋଷାଧକ୍ଷ ଭାବେ ବିନୋଦ ଧଳସାମନ୍ତ ନିର୍ବାଚିତ ହୋଇଛନ୍ତି । ଏଥିସହ ସଙ୍ଘର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ତପନ କୁମାର ସ୍ୱାଇଁ, ଉମା କଲ୍ୟାଣ ମହାପାତ୍ର, ଶିବାନନ୍ଦ ଦାସ, ରାଜେନ୍ଦ୍ର ପ୍ରସାଦ ଜେନା ଏବଂ ଗୁଲାମ ଜିଲାନି ହବିବି ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟିକୁ ସାମ୍ବାଦିକ ପ୍ରଭାତ କୁମାର ଦାସ, ରାତିକାନ୍ତ ସାହୁ, ସମ୍ବିତ କୁମାର ନାୟକ ଏବଂ ରଜତ କୁମାର ପଣ୍ଡା ନିର୍ବାଚିତ ହୋଇଛନ୍ତି ।







