Home ଓଡ଼ିଶା ଏସିଡ୍ ଆଟାକ୍ ଅପରାଧୀର ଧର୍ମ ପରିବର୍ତ୍ତନକୁ ନେଇ ଦୀପିକା ହେଲେ ଟ୍ରୋଲ୍!

ଏସିଡ୍ ଆଟାକ୍ ଅପରାଧୀର ଧର୍ମ ପରିବର୍ତ୍ତନକୁ ନେଇ ଦୀପିକା ହେଲେ ଟ୍ରୋଲ୍!

861

ନୂଆଦିଲ୍ଲୀ: ଆଜିକାଲି ଅଭିନେତ୍ରୀ ଦୀପିକା ପାଦୂକୋଣ ତାଙ୍କର ରିଳିଜ୍ ହେବାକୁ ଯାଇଥିବା ଫିଲ୍ମ “ଛପାକ”ର ପ୍ରମୋସନ୍ ପାଇଁ ଜୋରଦାର ଲାଗି ଯାଇଛନ୍ତି।ଏ’ ଭିତରେ ଦୀପିକା ଜେଏନୟୁ ୟୁନିଭରସିଟି ଯାଇ ଛାତ୍ର ଗଣ୍ଡଗୋଳ ଘଟଣାରେ ନିଜର ଉପସ୍ଥିତି ଜାହିର କରିଛନ୍ତି।କିନ୍ତୁ, ଏଣେ ସୋସିଆଲ ମିଡିଆରେ ଦୀପିକା ପ୍ରବଳ ଟ୍ରୋଲର ଶିକାର ହେଉଛନ୍ତି।କାରଣ ହେଲା ତାଙ୍କ ଆଗାମୀ ଫିଲ୍ମ “ଛପାକ”ରେ ଏସିଡ୍ ଆଟାକ୍ କରିଥିବା ଅପରାଧୀର ନାମ (ଧର୍ମ) ପରିବର୍ତ୍ତନ!

ଫିଲ୍ମ “ଛପାକ୍” ଏସିଡ୍ ଆଟାକ୍ ପିଡ଼ି଼ତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ ଉପରେ ଆଧାରିତ।ଲକ୍ଷ୍ମୀଙ୍କୁ ୧୫ ବର୍ଷ ବୟସ ହୋଇଥିବା ସମୟରେ ନଦୀମ୍ ଖାନ୍ ନାମକ ଅପରାଧୀ ତାଙ୍କ ଉପରେ ଏସିଡ୍ ଆଟାକ୍ କରିଥିଲା।କିନ୍ତୁ ଯାହା ପ୍ରଚାର ହୋଇଛି ଫିଲ୍ମ ଛପାକରେ ଅପରାଧୀ ନଦୀମ୍ ଖାନ୍ ଚରିତ୍ର ନାମ ବଦଳାଇ ରାଜେଶ ରଖାଯାଇଛି।ଯେତେବେଳେ କି ଦୀପିକା ଅଭିନୟ କରିଥିବା ଏସିଡ୍ ଆଟାକ୍ ପିଡ଼ି଼ତା ଲକ୍ଷ୍ମୀଙ୍କ ନାମ ମାଳତୀ ରଖାଯାଇଛି।ମେଘନା ଗୁଲଜାର ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି।ଅପରାଧୀର ଧର୍ମ (ନାମ) ପରିବର୍ତ୍ତନ କରି ଦୀପିକା କ’ଣ ନିଜକୁ ସେକ୍ୟୁଲାର୍ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରାଯିବା ସହ #boycottchhapaak ନାମରେ ଅଭିଯାନ ଚାଲିଛି।/-ଦେବଦତ୍ତ ରଥ

ସିଏଏ ଆଣିଛି ନୂତନ ଆଶା,ସିଏଏ ସପକ୍ଷେ ଆମ ଓଡ଼ିଶା: ଦେଖନ୍ତୁ ପିଙ୍କି, ଅନୁ ଆଉ ପଞ୍ଚାନନଙ୍କ ଭିଡିଓ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.