Home ଓଡ଼ିଶା ବିଭିନ୍ନ ଦାବି ନେଇ ଦେଶ ବ୍ୟାପି ଧର୍ମଘଟ, ଯୋଡାରେ ସଫଳ

ବିଭିନ୍ନ ଦାବି ନେଇ ଦେଶ ବ୍ୟାପି ଧର୍ମଘଟ, ଯୋଡାରେ ସଫଳ

280

ଯୋଡା – ୦୮/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସମାନ କାମକୁ ସମାନ ଦରମା, ୧୦ ହଜାର ଟଙ୍କା ସର୍ବନିମ୍ନ ମାସିକ ପେନସନ, ୨୧ ହଜାର ଟଙ୍କା ସର୍ବନିମ୍ନ ମାସିକ ମଜୁରୀ, କର୍ପୋରେଟ ସ୍ୱାର୍ଥରେ ଶ୍ରମ ଆଇନ ପରିବର୍ତ୍ତନ, କୃଷକ ମାନଙ୍କୁ ଫସଲ ଉଚିତ୍ ମୂଲ୍ୟ ଓ ଋଣ ଛାଡ, ଖାଲିଥିବା ବିଭିନ୍ନ ପଦବୀ ପୂରଣ, ଦର ଦାମ ବୃଦ୍ଧି ବିରୋଧରେ ଦିଆଯାଇଥିବା ମିଳିତ ସଂଘ ପକ୍ଷରୁ ଡାକରା ଯୋଡା ଠାରେ ଆଜି ସମ୍ପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଶ୍ରମିକ ସଂଗଠନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, କେନ୍ଦ୍ର ଓ ରାଜ୍ୟ ସରକାରୀ ମିଳିତ ମହାସଂଘ, ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ, ଜୀବନ ବୀମା କର୍ମଚାରୀ ସଂଘ, ନାବାର୍ଡ ବ୍ୟାଙ୍କ କର୍ମଚାରୀ ସଂଘ, ଖାଦ୍ୟ ନିଗମ କର୍ମଚାରୀ ସଂଘ ଏବଂ ବିଭିନ୍ନ ରାଜନୈତିକ ଦଳ ମିଳିତ ଉଦ୍ୟମରେ ଦିଆଯାଇଥିବା ଡାକରାରେ ଜାନୁଆରୀ ୮ ତାରିଖ ସମ୍ପୂର୍ଣ୍ଣ ସଫଳ ହୋଇଛି । ସକାଳୁ ୬ ଘଟିକାରୁ ଯୋଡା ଅଞ୍ଚଳର ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ପୋଷ୍ଟ ଅଫିସ୍, ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ରହିଥିଲା । ଯେଡାସ୍ଥିତ ସେଣ୍ଟ ଟେରେସା ବିଦ୍ୟାଳୟରେ ପରୀକ୍ଷା ଥିବା ବେଳେ ଏହାକୁ ବାତିଲ କରିବାକୁ ପଡିଥିଲା । ବିଭିନ୍ନ ସଂଗଠନ ପକ୍ଷରୁ ଏକ ପଟୁଆରରେ ଯୋଡା ବସ ଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.