Home ଜିଲ୍ଲା ପରିକ୍ରମା ଏସଡିସି କପ୍ ଆଦିବାସୀ ଫୁଟବଲ କ୍ରୀଡା ପ୍ରତିଯୋଗୀତା ପାଇଁ ଖେଳାଳି ଚୟନ ପ୍ରକ୍ରିୟା

ଏସଡିସି କପ୍ ଆଦିବାସୀ ଫୁଟବଲ କ୍ରୀଡା ପ୍ରତିଯୋଗୀତା ପାଇଁ ଖେଳାଳି ଚୟନ ପ୍ରକ୍ରିୟା

189

ମାଲକାନଗିରି, ୧୪ା୨ (ଓଡିଆ ପୁଅ ) ରାଜ୍ୟସ୍ତର ଏସଡିସି କପ୍ ଆଦିବାସୀ ଫୁଟବଲ କ୍ରୀଡା ପ୍ରତି ଯୋଗୀତାପାଇଁ ମାଲକାନଗିରି ଜିଲ୍ଲାରେ ଖେଳାଳୀ ଚୟନ ପ୍ରକ୍ରୀୟା ଆରମ୍ଭ ହୋଇ ଯାଇଛି। ଆଜି ସ୍ଥାନୀୟ ଷ୍ଟାଡିୟମ ପରିସର କ୍ରୀଡାଛାତ୍ର ବାସ ଠାରେ ଏସଡିସି କପ୍ ଆଦିବାସୀ ଫୁଟବଲ କ୍ରୀଡା ପ୍ରତିଯୋଗୀତା ପାଇଁ ଖେଳାଳୀ ଚୟନ କରାଯାଇଥିଲା। ଏହି ଚୟନ ପ୍ରକ୍ରୀୟାରେ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାପ୍ରକଳ୍ପ ପ୍ରଶାସକ କ୍ଷୀରାଦ୍ଧି ବେହେରା, ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲଙ୍କ ସହିତ ଅନ୍ୟାନ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସ୍ଥାନରୁ ଆସିଥିବା ଖେଳାଳୀମାନଙ୍କ ନାମପଜିଂକୃତ କରିଥିଲେ। ଏହି କ୍ରୀଡାପ୍ରତି ଯୋଗୀତା ପାଇଁ ସ୍ୱଚ୍ଛାସେବୀ ଓ କ୍ରୀଡା ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା।

ଏହି କ୍ରୀଡା ପ୍ରତି ଯେଗୀତାରେ ୧୭ବର୍ଷରରୁ ୩୫ବର୍ଷ ପର୍ଯ୍ୟନ୍ତ ପୁରୁଷ ଓ ମହିଳାବର୍ଗର ଖେଳାଳୀ ଭାଗନେଇ ପାରିବେ। ସେଥିନିମନ୍ତେ ଫେବୃୟାରୀ ମାସ୧୫ତାରିଖ ପର୍ଯ୍ୟନ୍ତ ନାମପଜିଂକରଣ କରାଯିବ।ଜିଲ୍ଲାସ୍ତର ମନୋନୟନ ୧୪ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ହୋଇ ଆସନ୍ତା ୨୪ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ବାରିପଦା ଓ ଫୁଲବାଣୀ ଠାରେ ଜିଲ୍ଲାସ୍ତର ଲିଗ ପ୍ରତି ଯୋଗୀତା, ମାର୍ଚ୨ରେ କେନ୍ଦୁଝର ଓ ସୁନ୍ଦରଗଡ ଠାରେ ସେମିଫାଇନାଲ ପ୍ରତିଯୋଗୀତା, ୫ମାର୍ଚରେ ଭୁବନେଶ୍ୱର ଓ କଟକ ଠାରେ ଫାଇନାଲ ପ୍ରତି ଯୋଗୀତା ହେବା ପାଇଁ ନିଷ୍ପତି ନିଆଯାଇଛି। ଏହି ରାଜ୍ୟସ୍ତର ଆଦିବାସୀ ଫୁଟବଲ ପ୍ରତିଯୋଗୀତାରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଫୁଲବାଣୀ, ବାରିପଦା, କେନ୍ଦୁଝର, ରାଇରଙ୍ଗପୁର, ସୁନ୍ଦରଗଡ, ଗଜପତି ଜିଲ୍ଲାରୁ ଶତାଧିକ ଆଦିବାସୀ କ୍ରୀଡାବିତମାନେ ଭାଗନେବେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.