Home ଓଡ଼ିଶା ମାନସିକ ବିକାରଗସ୍ତ ନାବାଳିକାକୁ ଗଣଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ୩ଜଣ ଗିରଫ

ମାନସିକ ବିକାରଗସ୍ତ ନାବାଳିକାକୁ ଗଣଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ୩ଜଣ ଗିରଫ

283

ମାଲକାନଗିରି, ୧୪ା୨ (ଓଡିଆ ପୁଅ ) ଜଣେ ମାନସିକ ବିକାରଗସ୍ତ ନାବାଳିକାକୁ ଗଣ ଦୁଷ୍କର୍ମ ସହ ଗର୍ଭବତୀ କରିବା ଅଭିଯୋଗରେ ତିନିଜଣ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାଇ ମାଲକନଗିରି ଥାନାସ୍ଥ ଭାମ୍ବେକଲୋନୀର ଜଣେ ମାନସିକ ବିକାରଗସ୍ତ ନାବାଳିକାକୁ ଗତ କିଛି ମାସତଳେ ତିନିଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଏ କଥା ଘରେ କିମ୍ବା ଅନ୍ୟକାହାକୁ ଜଣାଇଲେ ଜୀବନରୁ ମାରିଦେବୁ କହି ଧମକାଇ ଥିବାରୁ ପୀଡିତା ଭୟରେ କାହାକୁ କିଛି କହିନଥିଲେ। ସେହି ପୀଡିତା ଗର୍ଭବତୀ ହେବାର ଜାଣିପାରି ଲାଠିଆଗୁଡା ଗ୍ରାମ ରାସ୍ତାରେ କାନ୍ଦିକାନ୍ଦି ବୁଲୁଥିବା ସମୟରେ ମା’ ଘରର କର୍ମକର୍ତାମାନେ ତାକୁ ଉଦ୍ଧାର କରି ଜିଲ୍ଲାଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇ ଥିଲେ।

ଶିଶୁ ମଙ୍ଗଳ କମିଟିପକ୍ଷରୁ କାଉଁସିଲଂ କରିବାରୁ ଲାଠିଆଗୁଡା ଗ୍ରାମର ତେରେନାମ ନାମକ ଜଣେ ଯୁବକ ଓ ୧୧୯କଲୋନିର ଧବୁଲୁ, ଖୋକନ ନାମକ ମୋଟ ତିନିଜଣ ଯୁବକ ଏକୁଟିଆ ପାଇ ସେ ନାବାଳିକା ଗଣଦୁଷ୍କର୍ମ କରିଥିଲେ। ସେ ନାବାଳିକା ଙ୍କ ପେଟ ଧିରେ ଧିରେ ଫୁଲିବାରୁ ପରିବାର ଲୋକେ ଜାଣିପାରିଥିଲେ ସେ ଗର୍ଭବତୀ ହୋଇଛି ବୋଲି, ନାବାଳିକାକୁ ଓ୍ୟାନଷ୍ଠପ ସେଣ୍ଟର, ଶଖୀ କେନ୍ଦ୍ରରେ ରଖା ଯାଇ ଜିଲ୍ଲା ହସପିଟାଲରେ ଚିକିତ୍ସା କରାଯାଉଛି। ଏ ସଂପର୍କରେ ମା’ ଘର ପକ୍ଷରୁ ଗତକାଲି ସନ୍ଧ୍ୟାରେ ମାଲକାନଗିରି ଥାନାରେ ଏତଲା ଦେବାପରେ ଥାନା କେସ ନମ୍ବର ୪୫/୨୦୨୦ ରେ କେସ ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଯାଇଥିଲା।

ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ଲାଠିଆଗୁଡା ଗ୍ରାମର ତେରେନାମ(୨୮), ୧୧୯କଲୋନିର ଧବୁଲ(୩୫)ଓ ଖୋକନ(୩୦)( ଏ ଦୁହେଁ ମାମୁ ଭଣଜା ହେବେ ) ଙ୍କୁ ଗିରଫ କରାଯାଇଛି। ଗତ କିଛି ଦିନତଳେ ଚାଲାଣଗୁଡା ଇନ୍ଦିରା କଲୋନୀରେ ଦୁଇଜଣ ନାବାଳିକାଙ୍କୁ ତିନିଜଣ ଯୁବକ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେବା ଘଟଣା ଜିଲ୍ଲାବାସୀଙ୍କ ମନରୁ ନ ଭୁଲୁଣୁ ପୁଣି ଏକ ଗଣଦୁଷ୍କର୍ମ ଘଟଣା ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.