Home ଜିଲ୍ଲା ପରିକ୍ରମା ଏରେଇଁ ସମିତିରେ ପ୍ରକାଶଜ୍ୟୋତି ମହାକୁଡ ନିଦ୍ୱନ୍ଦ୍ୱର୍ରେ ସଭାପତି ନିର୍ବାଚିତ

ଏରେଇଁ ସମିତିରେ ପ୍ରକାଶଜ୍ୟୋତି ମହାକୁଡ ନିଦ୍ୱନ୍ଦ୍ୱର୍ରେ ସଭାପତି ନିର୍ବାଚିତ

64

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବହୁ ଚର୍ଚ୍ଚିତ ଏରେଇଁ ସେବା ସମବାୟ ସମିତି ନିର୍ବାଚନରେ ପ୍ରକାଶଜ୍ୟୋତି ମହାକୁଡ ନିଦ୍ୱନ୍ଦ୍ୱର୍ରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବହୁ ଘାତ ପ୍ରତିଘାତ ପରେ ୧୦ ଜଣ ସଦସ୍ୟଙ୍କ ସମର୍ଥନରେ ସେ ସଭାପତି ପାଇଁ ନୋମିନେସନ ଦାଖଲ କରିଥିବାବେଳେ ବିରୋଧୀ ୫ ଜଣଙ୍କ ମଧ୍ୟରୁ ଏହି ନୋମିନେସନ ଦାଖଲ କରିନଥିବାରୁ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଜୟଯୁକ୍ତ ହୋଇଛନ୍ତି। ନିଜର ବିଜୟ ପାଇଁ ସେ ବିଶେଷ ଶ୍ରେୟ ଦେଇଛନ୍ତି ବଣିଆ ଗ୍ରାମପଞ୍ଚାୟତର ସରପଞ୍ଚ ତଥା ବିଜେପିର ଯୁବନେତା ଅଜୟ ସାମଲ, ପ୍ରାକ୍ତନ କାଉନସିଲର ଶରତ ପଢିଆରୀ, ଏରେଇଁ ଗ୍ରାମପଞ୍ଚାୟତର ଯୁବ ବିଜେପି ନେତା ଅମୂଲ୍ୟ ବେହେରା, ପରସିଙ୍ଗାର ବିଜେପି ଯୁବନେତା ବାବୁଲି ମହାନ୍ତି, ସୋନୁ କେଶି ଓ ଭଦ୍ରକର ଟାଣୁଆ ଯୁବନେତା ଜାହିଦ ହବିବ୍‌ଙ୍କୁ। ଶେଷରେ ସନ୍ଧ୍ୟାରେ ସେ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ, ପ୍ରାକ୍ତନ ବିଧାୟକ ନରେନ ପଲେଇ, ପୌରାଧ୍ୟକ୍ଷା ଗୁଲମକୀ ହବିବ୍‌, ବିଜେପିର ଜିଲା ସଭାପତି ହେମନ୍ତ ପାଢୀ ଏବଂ ବରିଷ୍ଠ ନେତା ଡାକ୍ତର ପ୍ରଦୀପ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଗାମୀ ଦିନରେ ସମିତି ଏବଂ ଚାଷୀମାନଙ୍କ ଉନ୍ନତି ପାଇଁ ସହଯୋଗ ଭିକ୍ଷା କରିବା ସହ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.