Home ଅନୁଗୁଳ ଏମ୍‌.ସି.ଏଲ୍ ଆମ୍ବୁଲାନସ୍ ଡିଭିଜନ ପକ୍ଷରୁ ରକ୍ତଦାନ ଶିବିର;୧୭୧ୟୁନିଟ୍ ରକ୍ତ ସଂଗ୍ରହ

ଏମ୍‌.ସି.ଏଲ୍ ଆମ୍ବୁଲାନସ୍ ଡିଭିଜନ ପକ୍ଷରୁ ରକ୍ତଦାନ ଶିବିର;୧୭୧ୟୁନିଟ୍ ରକ୍ତ ସଂଗ୍ରହ

110

ତାଳଚେର,୧୪/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜୁ୍‌ନ୍ ୧୪ତାରିଖ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଓଡିଶା ସେଂଟ୍ ଜନସ୍ ଆମ୍ବୁଲାନସ ର ଶାଖା ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ ଜଗନ୍ନାଥ ଏରିଆ ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଅନନ୍ତ ବିହାର କଲୋନୀସ୍ଥିତ ଗ୍ରୀନ୍ ଭ୍ୟାଲି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଭିଜନ ତରଫରୁ ଶିବିରରେ ସମସ୍ତ ରକ୍ତଦାତାଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଦିଆଯାଇଥିଲା ଏବଂ ସାମାଜିକ ଦୂରତା ନିୟମ ପାଳନ କରି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଗ୍ରୀଷ୍ଣ ଋତୁ ଓ କରୋନା ସମୟରେ ତାଳଚେର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଜିର ବିଶ୍ୱ ରକ୍ତଦାତା ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ ଏହି ଶିବିର ଆୟୋଜିତ ହୋଇଥିଲା । ଆଜିର ଏହି ଶିବିରକୁ ଡିଭିଜନ୍ ର ଅଧ୍ୟକ୍ଷ ତଥା ଜଗନ୍ନାଥ ଏରିଆର ମହାପ୍ରବନ୍ଧକ ଏମ୍‌.ଜି.ବ୍ରହ୍ମପୁରକର ଉଦ୍‌ଘାଟନ କରିବା ସହିତ ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନକୁ ମଧ୍ୟ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ଡିଭିଜନ୍ କମାଣ୍ଡର ଦିନବନ୍ଧୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଅତିଥି ଭାବେ ସେଂଟ୍ରାଲ୍ ୱାର୍କସପ୍ ର ମହାପ୍ରବନ୍ଧକ ବି.କେ.ଚଟୋପାଧ୍ୟାୟ, ଲିଙ୍ଗରାଜ ଏରିଆର ମହାପ୍ରବନ୍ଧକ ଏ.କେ.ଧଳ,ଅନନ୍ତ ଓଡିଆ ଡିଏଭି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି ମିଶ୍ର,ଷ୍ଟାଫ ଅଫିସର ଏଲ.ପି.ପାତ୍ର ଓ ଦିନେଶ କୁମାର ମାଲି, ଜଗନ୍ନାଥ ଏରିଆ ସେପ୍ଟି ଅଫିସର ସି.ଆର.ଦାସ, ଘଂଟପଡା ଗ୍ରାମ ପଂଚାୟତର ସରପଂଚ ମନୋଜ ବେହେରା, ଶ୍ରମିକ ନେତା ସଂଜୟ କୁମାର ମାଝୀ, ବିନୟ କୁମାର ସାହୁ, ଏସ୍‌.କେ.ଶର୍ମା, ପି.କେ.କୁଣ୍ଡ, ସମାଜସେବୀ ବିଭୂତି ସାହୁ,ସମାଜସେବୀ କ୍ଷୀରୋଦ ସାହୁ,ଚୈତନ୍ୟ ପ୍ରଧାନ ଓ ରେଡକ୍ରସର ବରିଷ୍ଠ ସଦସ୍ୟ ବଳରାମ ପତି ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ତାଳଚେର ଉପଖଣ୍ଡ ରକ୍ତ ଭଣ୍ଡାରର ଡାକ୍ତର ଆଲୋକ କୁମାର ବେହେରାଙ୍କ ନେତୃତ୍ୱରେ ମୋଟ ୧୭୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ସଂଗ୍ରହ କରା ଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ଯୁବ ବ୍ରିଗେଡିଅର ଅରବିନ୍ଦ ପ୍ରଧାନ(କ, ଖ, ଗ),ଅଜୟ ପାଢ଼ୀ,ଟିକନ ସାହୁ,ବିକ୍ରମ ଗୋସ୍ୱାମୀ,ଶୁଭ୍ରାଂଶୁ ପ୍ରଧାନ,ସୁଶାନ୍ତ ପାଣି,ସଞ୍ଜୟ ଜେନା,ବସନ୍ତ ସାହୁ, ଭୋଳେଶ୍ୱର ସାହୁ,ରମେଶ ସୂର୍ଯ୍ୟବଂଶୀ,ପୃଥିରାଜ ଭଞ୍ଜ ଓ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.