ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଗୁରୁବାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୮୨ ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ପକ୍ଷରୁ ରାଜ୍ୟ ସଭାପତି ସତ୍ଯବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ରାଜିବ ଗାନ୍ଧି ଶିକ୍ଷା ସମ୍ମାନ ଉତ୍ସବ ମହାଆଡମ୍ବର ସହ ଆୟୋଜିତ ହୋଇଥିଲା। ଏହି ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ବ୍ୟାସବିହାର, ବାଲେଶ୍ୱର ଅଧୀନରେ ଥିବା ଭଦ୍ରକ ପାଳସାହି ସ୍ଥିତ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ବିଜୟ କୁମାର ଦାଶଙ୍କୁ ସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ -୨୦୨୬ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ପିସିସି ସଭାପତି ଭକ୍ତଚରଣ ଦାସ ମୁଖ୍ଯଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ ମୁଖ୍ୟବକ୍ତା ,କଂଗ୍ରେସ ବିଧାୟକ ଦଳର ରାଜନେତା ରାମଚନ୍ଦ୍ର କାଡାମ, , ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଓଡିଶା ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ତଥା ସୋଆ ର ପୂର୍ବତନ କୁଳପତି ପଦ୍ମଶ୍ରୀ ଡ. ଅଶୋକ ମହାପାତ୍ର, ଓ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମ୍ବାଦ ପତ୍ର ପର୍ଯ୍ୟବେଖକ ଓ କଳିଙ୍ଗ କ୍ରୋନିକିଲ ର ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଅତିଥି ମାନଙ୍କ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ଯାଳୟ ର ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର, ୟୁଥ ରେଡକ୍ରସ କାଉନସିଲର, ଏନ୍ ସିସି ଏଏନ୍ ଓ, ସ୍କାଉଟ, ଗାଇଡ, ରୋଭର, ରେଞ୍ଜର ଲିଡର ଓ ଗାଇଡ ପରି ୭୦ ଜଣଙ୍କୁ ଚଳିତ ବର୍ଷର ରାଜୀବ ଗାନ୍ଧୀ ଶିକ୍ଷାସମ୍ନାନ ରେ ସମ୍ମାନିତ କରାଯାଇଥିଲା।








