Home ଜିଲ୍ଲା ପରିକ୍ରମା ଏଆଇଡିଏସ୍‌ଓ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ

ଏଆଇଡିଏସ୍‌ଓ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ

14

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆପୋଷହୀନ ଧାରାର ମହାନ୍ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସିଏଲ୍‌ଟିରେ ପାଳିତ ହୋଇଯାଇଛି। ସଭା ପୂର୍ବରୁ ଛାତ୍ରଛାତ୍ରୀମାନେ ମହାନ୍ ନେତାଜୀଙ୍କୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରିଥିଲେ। ପରେ ତାଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପ୍ରଥମେ ସ୍କୁଲ ଓ କଲେଜ ସ୍ତରୀୟ ସାଧାରଣ ଜ୍ଞାନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ସୁନାମଧନ୍ୟ ଚିତ୍ରଶିଳ୍ପୀ ତଥା ଅବସରପ୍ରାପ୍ତ ଅଧ୍ୟାପକ ରତିକାନ୍ତ ଦାଶ। ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଏଆଇଡିଏସ୍‌ଓର ରାଜ୍ୟ ସଂପାଦକ ସିଦ୍ଧାର୍ଥ ରଥ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୋବିନ୍ଦ ମଲ୍ଲିକ। ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ ତନୁଜା ପଣ୍ଡା ଓ ଜିତେନ୍ଦ୍ର ଦାସ। କାର୍ଯ୍ୟକ୍ରମ ପରିଚାଳନାରେ ଦେବାଶିଷ କର, ମଂଟୁଚନ୍ଦ୍ର ମଲ୍ଲିକ, ଜୟନ୍ତ କୁମାର, ସମୀର ସେନାପତି, ସୌରଭ କୁମାର ପ୍ରମୁଖ ସହଯୋଗ କରିଥିଲେ। ସଭା ଶେଷରେ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.