ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଉପରଦୁମୁକାରେ ଗୌଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତିହିଡ଼ି ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଶିଖା ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ଓ କ୍ରୀଡ଼ା ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସମ୍ମାନିତ ଅତିଥି ଭାବେ ଭଦ୍ରକ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଅନ୍ୟମାନଙ୍କ ମଧ୍ୟରେ ସିନିୟର୍ ଟିସି, ଭଦ୍ରକ ଅମିତ ମୋହନ ସିଂ, ଜିଲାପରିଷଦସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ଶ୍ୟାମସୁନ୍ଦରପୁର ସରପଂଚ ଦିପାଳୀ ଦାସ, ପଂଚାୟତ ସମିତି ସଭ୍ୟା , ମାମୀନା ମଲିକ, ଜୟ ଦୁର୍ଗା ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଆରସିସି ରବିନ୍ଦ୍ର ମଲିକ, ପ୍ରଧାନଶିକ୍ଷକ ରାଜେଶ କୁମାର କାଣ୍ଡିୟାନ, ନୃସିଂହ ଚରଣ ୍ୱାରିକ, ଆଲୁମିନି କମିଟି ସଭାପତି- ପ୍ରଦୀପ କୁମାର ପରିଡ଼ା, ଭୀମସେନ ବାରିକଙ୍କ ସହ ସ୍ଥାନୀୟ ଗ୍ରାମବାସୀ, କ୍ଲଷ୍ଟର ଅଧିନ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।








