Home ଅପରାଧ ସୁବାସଙ୍କ ବାବଦରେ ବିଭ୍ରାନ୍ତିକର ଖବର ପ୍ରକାଶକୁ ନେଇ ଉଦବେଗ ପ୍ରକାଶ; ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା...

ସୁବାସଙ୍କ ବାବଦରେ ବିଭ୍ରାନ୍ତିକର ଖବର ପ୍ରକାଶକୁ ନେଇ ଉଦବେଗ ପ୍ରକାଶ; ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ..

360

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ସୁବାସ ଚୌହାନଙ୍କ ବାବଦରେ ବିଭ୍ରାନ୍ତିକର ଖବର ପ୍ରକାଶକୁ ନେଇ ଉଦବେଗ ପ୍ରକାଶ ପାଇଛି। ସୋସିଆଲ୍ ମିଡିଆର କିଛି ପ୍ଲାଟଫର୍ମରେ ସୁବାସ ଚୌହାନଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ କରାଯାଇଛି। ତେବେ, ସୁବାସ ଚୌହାନଙ୍କ ବାବଦରେ ଏପରି ଭୁଲ୍ ତଥ୍ୟ ପ୍ରଚାର କରାଯାଇ ଥିବାକୁ ନେଇ ତାଙ୍କ ସମର୍ଥକଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ସୁବାସ ଚୌହାନ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି, ବରଂ ତାଙ୍କର ଆଶୁ ଆରୋଗ୍ୟ ପାଇଁ କାମନା କରନ୍ତୁ ବୋଲି ସୁବାସଙ୍କ ସମର୍ଥକଙ୍କ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଭୁଲ୍ ତଥ୍ୟ ପ୍ରଚାରକୁ ନେଇ ସୁବାସ ଚୌହାନଙ୍କ ପରିବାର ଏବଂ ତାଙ୍କ ସମର୍ଥକ ମର୍ମାହତ ଥିବା ଜଣାପଡ଼ିଛି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ସୁବାସ ଚୌହାନ କିଛି ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସାଧିନ ଥିଲେ। ତେବେ, ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଥିଲେ ଏବଂ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଥିବା ଜଣାପଡ଼ିଛି। -ଦେବଦତ୍ତ ରଥ

ସୁବାଷ ଚୌହାନ ଗୁରୁତର ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.