ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ବରପୁତ୍ର ମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ହାତକୁ ନେଇଥିଲେ । ଗତ ବର୍ଷ ଜୁନ ମାସରେ ବରପୁତ୍ର ଐତିହ ଗ୍ରାମ ଭାବେ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରୁ ଅଭାସି ମାଧ୍ୟମରେ ଶିଳାନ୍ୟାସ କରିଥିଲେ।ସେତେବେଳେ ସ୍ଥାନୀୟ ଡାଏ ଟ ଠାରେ ଭବ୍ୟ ସଦ୍ଭା କରାଯାଇଥିଲା।ଏହି ଘୋଷଣାକୁ ଏକବର୍ଷ ବିତିବାକୁ ବସିଥିବା ବେଳେ ଆଜି ଭଦ୍ରକ ଜିଲ୍ଲା ଡ଼ ହରେକୃଷ୍ଣ ମହତାବଙ୍କ ଜନ୍ମ ସ୍ଥାନ ଆଗରପଡ଼ା ଘର,ଐତିହ ସ୍ଥଳ ପରିଦର୍ଶନ କରିଛନ୍ତି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ମାଧ୍ୟମରେ ୧୫ କୋଟି ଖର୍ଚ୍ଚ କରାଯାଇ ଏହି ସ୍ଥାନର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଠାରେ ସ୍ମୃତି ସଂଗ୍ରହାଳୟ,ପ୍ରତିମୂର୍ତି ସ୍ଥାପନ,ବ୍ୟାଖ୍ୟାନ କେନ୍ଦ୍ର,ଶିଶୁ ଉଦ୍ୟାନ, ଗ୍ରନ୍ଥାଗାର,ସମ୍ମିଳନୀ କକ୍ଷ,ନାଟ୍ୟମଂଚ, କାରୁକଳା ଓ ପାକଶାଳା ନିର୍ମାଣ ହେବ। ଆସନ୍ତା ଜୁନ ମାସ ମଧ୍ୟରେ ପ୍ରସ୍ତାବିତ ସ୍ଥାନରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ କରିବାକୁ ହିନ୍ଦୁସ୍ଥାନ ଷ୍ଟିଲ ୱାର୍କ କନଷ୍ଟ୍ରକସନ ଲିମିଟେଡର ଅଧିକାରୀ ମାନଙ୍କୁ ମନ୍ତ୍ରୀ କହିଥିଲେ ।ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ରାଜ୍ୟ ସଂସ୍କୃତି ବିଭାଗର ଉପ-ସଚିବ ଦେବଯାନୀ ଭୂୟାଁ,ଭଦ୍ରକ ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିକ୍କା, ଜିଲ୍ଲା ବିଜେପି ସଭାପତି ଭଗବାନ୍ ପଣ୍ଡା, ବିଧାନସଭା ନେତା ଡ଼ଃ ସୁଧାଂଶୁ ଶେଖର ନାୟକ, ବିଜେପି ନେତା ପ୍ରୟାସକାନ୍ତି ସାମଲ,ବ୍ଲକ୍ ଅଧକ୍ଷ ମନୋରଞ୍ଜନ ଘଡ଼େଇ, ବିଡିଓ ସୀତାକାନ୍ତ ରାଉତ,ତହସିଲଦାର ସାରା ହେମ୍ରମ,ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତି,ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ,କନିଷ୍ଠ ଯନ୍ତ୍ରୀ ସୁଦୀପ୍ତ ସେଠୀଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି ଓ ହଜାରେ ସଂଖ୍ୟାରେ ମହତାବ ପ୍ରେମୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଭଦ୍ରକର ପୂର୍ବତନ ପୌରପାଳ ଲୁଲୁ ସାମଲଙ୍କ ନେତୃତ୍ୱରେ ମନ୍ତ୍ରୀ ଓ ସାଂସଦଙ୍କୁ ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ମହତାବଙ୍କ ବାସଭବନକୁ ପାଛୋଟି ଅଣାଯାଇଥିଲା। ଶେଷରେ ପୂର୍ତ ବିଭାଗ ଡାକ ବଙ୍ଗଳା ଠାରେ ଦଳୀୟ କର୍ମକର୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହକୁ ଉଦ୍ଘାଟନ କରିବା,ପୂର୍ତ ବିଭାଗ ଡାକବଙ୍ଗଳାର ନବୀକରଣ, ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ,ଜିଲ୍ଲା ବିଜେପି ସମ୍ପାଦକ କିଶରକିଙ୍କର ପଢ଼ିଆରି,ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, ବିଟିପୁର ସରପଂଚ ସୁଭଦ୍ରା ସିଂହ,ସମିତି ସଭ୍ୟା ଜ୍ୟୋତିର୍ମୟୀ ପଣ୍ଡା, ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ, ଚାରିଗାଁ ସମିତି ସଭ୍ୟ ଧରଣୀଧର କର,ଗୋପାଳକୃଷ୍ଣ ଦାଶ,ସୁବାସ ପଣ୍ଡା,ଅଶୋକ ପରିଡ଼ା,ଚିନ୍ମୟ ମହାପାତ୍ର,ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ରାଉତ,ଧୀବର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଉତ୍କଳ କେଶରୀଙ୍କ ଜନ୍ମମାଟିର ହେବ କାୟାକଳ୍ପ, ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ଖର୍ଚ୍ଚ ହେବ ୧୫...








