Home ଓଡ଼ିଶା ଉତରପ୍ରଦେଶର ୩୯ଜଣ ଶ୍ରମିକଙ୍କୁ ସ୍ୱତନ୍ତ୍ର ବସରେ ସେମାନଙ୍କ ରାଜ୍ୟ କୁ ପଠାଇଲା ମାଲକାନଗିରି ଜିଲ୍ଲାପ୍ରଶାସନ

ଉତରପ୍ରଦେଶର ୩୯ଜଣ ଶ୍ରମିକଙ୍କୁ ସ୍ୱତନ୍ତ୍ର ବସରେ ସେମାନଙ୍କ ରାଜ୍ୟ କୁ ପଠାଇଲା ମାଲକାନଗିରି ଜିଲ୍ଲାପ୍ରଶାସନ

173

ମାଲକାନଗିରି,୨୦ା୫(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତ ପ୍ରବେଶ ପଥ ଦେଇ ପଳାଇ ଆସି ଜିଲ୍ଲାରେ ଅଟକିିରହିଥିବା ଉତରପ୍ରଦେଶ ର ୩୯ଜଣ ଶ୍ରମିକ ଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇ ପୁଣି ଥରେ ଜିଲ୍ଲାପ୍ରଶାସନ ମାନବିକତାର ପରିଚୟ ଦେଇଛନ୍ତି । କରୋନା ମହାମାରୀ ସମଗ୍ର ବିଶ୍ୱ କୁ ଗ୍ରାସକରି ଲକଡାଉନ ପାଇଁ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା,ହାଇଦ୍ରାବାଦ,ଚେନାଇ,ବେଙ୍ଗାଲୁର,କଣ୍ଣ ର୍ାଟକ ରାଜ୍ୟକୁ କାମକରିବାକୁ ଯାଇଥିବା ଉତରପ୍ରଦେଶର ରାଜ୍ୟର ୩୯ ଜଣ ଶ୍ରମିକ ମାଲକାନଗିରି ଜିଲ୍ଲାସୀମାନ୍ତ ମୋଟୁ ଠାରେ ଚାଲି ଚାଲି ତ ଆଉକିଏ ସାଇକେଲ ଚଳାଇ ପହଁଚିଥିଲେ,ସେମାନଙ୍କୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ମୋଟୁ ଚେକପୋଷ୍ଟ ଠାରେ ଅଟକ ରଖାଯାଇ ସେହି ଶ୍ରମିକ ମାନଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ମୋଟୁ ଠାରେ ସେମାନଙ୍କୁ ଆଶ୍ରୟ ଦିଆଯାଇଥିଲା । ସେହି ଶ୍ରମିକ ମାନେ ନିଜ ଗାଁକୁ ଫେରିଯିବା ଯିବାପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ରାଜ୍ୟସରକାରଙ୍କ ଠାରୁ ଅନୁମତି ମାଗି ମାଲକାନଗିରି ଠାରେ ଅଟକି ରହିଥିବା ଉତରପ୍ରଦେଶର ୩୯ ଶ୍ରମିକ ଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ବସରେ ସମ୍ବଲପୁର ଜିଲ୍ଲାକୁ ପଠାଇଛନ୍ତି , ସେଠାରୁ ସେମାନେ ଏକ ସ୍ୱତନ୍ତ୍ର ଟ୍ରେନଯୋଗେ ଉତରପ୍ରଦେଶ କାନପୁର କୁ ଯିବାପାଇଁ ବ୍ୟବସ୍ଥା କରାଯାଇଛି । ଏହି ବିଦାୟକାଳିନ ସମୟରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଭୋଜନର ବ୍ୟବସ୍ଥା ସହ ଦୁଇଦିନ ପାଇଁ ସୁଖିଲା ଖାଦ୍ୟପୁଡିଆ, ପାଣିବୋତଲ,ମାସ୍କ ,ସାନିଟାଇଜର ସହ ହାତଖର୍ଚ ବାବଦକୁ ୫ଶହଟଙ୍କା ଲେଖା ଦେଇ ଘରବାହୁଡା ୩୯ ଜଣ ଶ୍ରମିକ ମାନଙ୍କୁ ଯାତ୍ରାର ଶୁଭକାମନା କରି ବଧେଇଜଣାଇ ଥିଲେ । ଏହି ଶ୍ରମିକ ମାନେ ମାଲକାନଗିରି ଜିଲ୍ଲାପ୍ରଶାସନ ଓ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କୁ ବହୁତ ଧନ୍ୟବାଦ ଜଣାଇଛନ୍ତି, ଆମ ରାଜ୍ୟ ସରକାର ଆମକୁ ନେବାର ବ୍ୟବସ୍ଥା କରିନଥିବା ବେଳେ ମାଲକାନଗିରି ଜିଲ୍ଲାପ୍ରଶାସନ ଆମକୁ ଖାଦ୍ୟପେୟ ଦେଇ ସ୍ୱତନ୍ତ୍ର ବସରେ ପଠାଉ ଥିବାରୁ ଆମେ ତାଙ୍କ ପାଇଁ ଆମଘରକୁ ଯିବାର ସୁଯୋଗପାଇ ପାରିଛୁ ବୋଲି ଘରବାହୁଡା ଉତରପ୍ରଦେଶ ଶ୍ରମିକ ମାନେ କହିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.