Home ଓଡ଼ିଶା ରଣପୁର ଥାନା ପୋଲିସ୍ ଦ୍ୱାରା ଟାଙ୍ଗୀ ଥାନା ପୋଲିସ୍ ଉଦ୍ଧାର

ରଣପୁର ଥାନା ପୋଲିସ୍ ଦ୍ୱାରା ଟାଙ୍ଗୀ ଥାନା ପୋଲିସ୍ ଉଦ୍ଧାର

238

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୫-ନୟାଗଡ ଜିଲ୍ଲା ରଣପୁର ଥାନା ପାମ୍ପଡା ଗ୍ରାମରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୋଲିସ୍ ଏକ ମାମଲାରେ ତଦନ୍ତ ପାଇଁ ଆସିଥିବା ବେଳେ ପାମ୍ପଡା ଗ୍ରାମର କିଛି ଲୋକ ଅଟକ ରଖିଥିବା ରଣପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଟାଙ୍ଗୀ ଥାନା ପୋଲିସ୍ କର୍ମଚାରୀଙ୍କୁ ରଣପୁର ପୋଲିସ୍ ଉଦ୍ଧାର କରିଛି । ଏବଂ ଏ ସମ୍ପର୍କେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସବ୍ ଇନିସ୍‌ପେକ୍ଟର ପ୍ରଭାକର ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ଏକ ମାମଲା ଋଜୁ ହୋଇଛି । ଘଟଣାରୁ ପ୍ରକାଶ ଏକ ଯୌତୁକ ଜନିତ ମାମଲାରେ ଜଣେ ମହିଳାଙ୍କ ଯୌତୁକ ଜନିତ ସାମଗ୍ରୀ ସିଜର କରିବା ପାଇଁ ଆସିଥିବା ବେଳେ ପାମ୍ପଡା ଗ୍ରାମର କିଛି ଲୋକ ସେହି ମହିଳାଙ୍କୁ ପୋଲିସ୍ ନିକଟରୁ ଟାଣି ନେଇଥିଲେ ।

ସେହି ମହିଳା ଜଣକ ସେମାନଙ୍କଠାରୁ ନେଇଥିବା ୫୦ହଜାର ଟଙ୍କା ଫେରାଇବାକୁ ଜିଦ୍ ଧରି ଅଟକ ରଖିଥିଲେ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ତାଙ୍କଠାରୁ ଛଡାଇ ନେଇଥିବା ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ପୋଲିସ୍ କୁ ମଧ୍ୟ ଉତ୍ୟକ୍ତ ଲୋକମାନେ ଅଟକାଇ ରଖିଥିଲେ । ତେଣୁ ରଣପୁର ପୋଲିସ୍ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ଓ ମହିଳାଙ୍କୁ ଉଦ୍ଧାର କରି ଛାଡିଥିବା ଜଣା ପଡିଛି । ଗିରଫରେ ବାଧା ଉପୁଜିବା ନେଇ ରଣପୁର ଥାନା ପୋଲିସ୍ ଅଭିଯୁକ୍ତ ମାନଙ୍କ ନାମ ପ୍ରକାଶ କରିବା ପାଇଁ ମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.