Home ଜିଲ୍ଲା ପରିକ୍ରମା ଇତିହାସ ରେ ପ୍ରଥମ ,ପ୍ରଳୟ କ୍ଷେପଣାସ୍ତ୍ରର ୨ୟ ସଫଳ ପରୀକ୍ଷଣ

ଇତିହାସ ରେ ପ୍ରଥମ ,ପ୍ରଳୟ କ୍ଷେପଣାସ୍ତ୍ରର ୨ୟ ସଫଳ ପରୀକ୍ଷଣ

89

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କଲାମ ଦ୍ୱୀପ ପୁଞ୍ଜରୁ ପ୍ରଳୟ କ୍ଷେପଣାସ୍ତ୍ରର ୨ୟ ସଫଳ ପରୀକ୍ଷଣ ହୋଇଯାଇଛି ।ଆଜି ସକାଳ ୧୦.୧୬ ମିନଟ ସମୟରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଏହା ମିସାଇଲ ପରୀକ୍ଷଣରେ ଇତିହାସ ପାଲଟିଛି । କ୍ରମାନ୍ୱୟରେ ଗୋଟିଏ କ୍ଷେପଣାସ୍ତ୍ର ୨ଦିନ ଧରି ପରୀକ୍ଷା କରାଯିବା ମଧ୍ୟରେ ଏହା ପ୍ରଥମ ବୋଲି ଜଣାଯାଇଛି । ଏହା ପ୍ରଳୟର ଦ୍ୱିତୀୟ ସଂସ୍କରଣର ପରିସୀମା ୪ଶହ କି.ମି ହୋଇଥିବା ବେଳେ ଏହାର ପରିସୀମା ମଧ୍ୟ ୪ଶହ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ବୋଲି ବିଭାଗୀୟ କର୍ତୁପକ୍ଷଙ୍କ ନିକଟରୁ ଜଣାଉଯାଇଛି ।ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ସ୍ୱଳ୍ପ ଦୂରଗାମୀ ମିଶାଇଲ ଶ୍ରେଣୀର ।ଏହାର ପରୀକ୍ଷଣ ଯେ କୌଣସି ସ୍ଥାନରୁ ରକେଟ ଲଂଚର ମାଧ୍ୟମରେ ସମ୍ଭବ ବୋଲି ଜଣାଯାଇଛି । ଏହା ରୁଷିଆର ୯କେ୭୨୦ କ୍ଷେପଣାସ୍ତ୍ର ଇସକନ୍ଦର ସହ ତୁଳନା କରାଯାଉଥିବା ବେଳେ ଚାଇନାର ଡଙ୍ଗଫେଙ୍ଗ୧୨ ଠାରୁ ଶକ୍ତିଶାଳୀ ବୋଲି ପ୍ରତିରକ୍ଷା ବୈଜ୍ଞାନିକଙ୍କ ଠାରୁ ପ୍ରକାଶ । ଏହି ମିଶାଇଲ ପୃଥିବୀ ମିଶାଇଲର ନୂତନ ସଂସ୍କରଣ ବୋଲି ଜଣାଯାଇଥିବା ବେଳେ ଏହାର ନିଶାନ ୫ଶହ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ । ୫ଟନ ଓଜନର ଏହି ମିଶାଇଲ ୧ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ଥ୍ର ବହନ କରିପାରିବାର କ୍ଷମତା ଥିବା ବେଳେ ଏହାର ଇନ୍ଧନ କଠିନ ପର୍ଯ୍ୟାୟର ବୋଲି ଜଣାଯାଇଛି । ୧ଇଞ୍ଜିନ ବିଶିଷ୍ଟ ଇଂଜିନ ଏହାକୁ ବହନ କରି ନିକ୍ଷେପ କରିଥିଲା ବେଳେ ଏହାର ଠିକ ଲକ୍ଷ୍ୟସ୍ଥଳକୁ ଠିକ ସମୟରେ ମାଚ ୩ସ୍ପିଡରେ ଲକ୍ଷ୍ୟ ଭେଦ କରିପାରିଥିଲା । ଏହାର ଗତିକୁ ଫାଇବର ଅପଟିକୋ ଗାଇରୋ ନାଭିଗେସନ ସିଷ୍ଟମ ,ଜିପିଏସ ଏବଂ ନାଭିକସେଟଲାଇଟ ଦ୍ୱାରା ଗାଇଡେଡ କରାଯାଇଥିଲା । ଏହାର ପ୍ରଥମ ପରୀକ୍ଷଣ ୨୦୧୧ ମସିହା ଜୁଲାଇ ୨୧ତାରିଖରେ କରାଯାଇଥିବା ବେଳେ ଏହା ୧୫୦କି.ମି କୁ ୨୫୦ ସେକେଣ୍ଡରେ ଲକ୍ଷ୍ୟଭେଦ କରିପାରିଥିଲା । ପ୍ରଳୟ କ୍ଷେପଣାସ୍ତ୍ରର ଦ୍ୱିତୀୟ ପରୀକ୍ଷଣ ଗତକାଲି ହୋଇଥିବା ବେଳେ ଏହାତ ତୃତୀୟ ପରୀକ୍ଷଣ ଆଜି ହୋଇଯାଇଛି । ଏହା ପୂର୍ବରୁ କୌଣସି କ୍ଷେପଣାସ୍ତ୍ର ଲଗାତାର ଭାବେ ୨ଥର ପରୀକ୍ଷା ହୋଇ ନଥିବା ବେଳେ ପ୍ରଳୟର ପରୀକ୍ଷା ମିସାଇଲ ପରୀକ୍ଷଣରେ ଇତିହାସ ରଚନା କରିଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.