Home କନ୍ଧମାଳ ଇଟି ବାଇକ ଚୋରି ଘଟଣାରେ ଯୁବକ ଗିରଫ

ଇଟି ବାଇକ ଚୋରି ଘଟଣାରେ ଯୁବକ ଗିରଫ

117

ବାଲିଗୁଡା, ୧୮/୬-(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳ ପୋଲିସ ଦୁଇ ଦୁଇଟି ବାଇକ ଚୋର କୁ ଗିରଫ କରିଛି। ଘଟଣା ପ୍ରକାରେ ଚଳିତ ମାସ ୬ ତାରିଖ ରେ ଚିକୁନୁ କୁନା କୁମାରଗା କୋଟଗଡର ଫକୀର ପାତ୍ର ଙ୍କ ସହ ବନ୍ଧୁ ବାନ୍ଧି କିଛି ସମୟ କଟାଇବା ପରେ ବାହାନା କରି OR ୦୨B୫୦୭୨ ପଲସର ବାଇକ ଟି ନେଇ ଫେରାର ହୋଇ ଯାଇଥିଲା।ହେଲେ ଏ ନେଇ କୋଟଗଡ ଥାନା ରେ ମାମଲା ରୁଜୁ ହେବା ପରେ କୋଟଗଡ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବୋହୁ ଖୋଜାଖୋଜି କରିବା ପରେ ବଣ୍ଡାପିପିଲି ନିକଟରେ ଚୋର କୁ କାବୁ କରିବାରେ ସକ୍ଷମ ହୋଇଥିଲେ ଏବଂ ସମ୍ପୃକ୍ତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଥାନା ଅଧିକାରୀ ହର ମୋହନ ନାୟକ ସୂଚନା ଦେଇଛନ୍ତି।ହେଲେ ଏତିକି ରେ ସରି ନ ଥିଲା ଚୋର ର କାରନାମା ସେ ପୂର୍ବରୁ ତୁମୁଡିବନ୍ଧ ରୁ OD୧୮E୦୯୩୩ ଡିସକଭର ବାଇକ ଲୁଟି ନେଇଥିବା ଅଭିଯୋଗ ପ୍ରକାରେ ତୁମୁଡିବନ୍ଧ ଥାନାରେ ମଧ୍ୟ ଏକ ମାମଲା ରେ କେଶ ରହିଥିବା କହିଛନ୍ତି ଥାନା ଅଧିକାରୀ ବାବା ଶଙ୍କର ସରାଫ।ଦୁଇଟି ପୃଥକ ପୃଥକ ମାମଲା ରେ ଚୋର କୁ ଗିରଫ କରିବା ବାଇକ ଦ୍ବୟ ଜବତ କରାଯାଇଥିବା ଜଣାଇଛନ୍ତି ପୁଲିସ ଅଧିକାରୀ ଦ୍ବୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.