Home ଓଡ଼ିଶା ରାଜ୍ୟ ସ୍ତରୀୟ ରଣପୁର କପ୍ ଫୁଟ୍‌ବଲ୍ ରେ ସଙ୍ଘର୍ଷ କ୍ଲବ୍ ଭୁବନେଶ୍ୱର ସେମିଫାଇନାଲ୍ ରେ ପ୍ରବେଶ

ରାଜ୍ୟ ସ୍ତରୀୟ ରଣପୁର କପ୍ ଫୁଟ୍‌ବଲ୍ ରେ ସଙ୍ଘର୍ଷ କ୍ଲବ୍ ଭୁବନେଶ୍ୱର ସେମିଫାଇନାଲ୍ ରେ ପ୍ରବେଶ

118

ନୟାଗଡ/୧୮/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁରରେ ଗତ ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ରଣପୁର କପ୍ ଫୁଟ୍‌ବଲ୍ ପ୍ରତିଯୋଗୀତାର ତୃତୀୟ ଦିନରେ ଭୁବନେଶ୍ୱର ସଙ୍ଘର୍ଷ କ୍ଲବ୍ ୨-୦ ଗୋଲ୍ ରେ ବିଜୟଲାଭ କରି ସେମିଫାଇନାଲ୍ ରେ ପ୍ରବେଶ କରିଥିବା ଜଣା ପଡିଛି । ଏହି ତୃତୀୟ ଦିନର ମ୍ୟାଚ୍ ଖୋର୍ଦ୍ଧା ଶରଧାପୁର ସହିତ ଭୁବନେଶ୍ୱର ସଙ୍ଘର୍ଷ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ସଙ୍ଘର୍ଷ କ୍ଲବ୍ ର ୧୨ ନମ୍ବର ଖେଳାଳୀ ମିଟୁ ଟ୍ରଫି ଗ୍ରହଣ କରିଥିଲେ ।

ମୁଖ୍ୟ ଅତିଥି ଭାବେ ରଣପୁର ଏନ୍‌.ଏ.ସି ର ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ୍ ସହକାରୀ ଯନ୍ତ୍ରୀ ରବିନାରାୟଣ ସାହୁ, ବରିଷ୍ଠ ତଥା ରାଜ୍ୟ ଦୁର୍ନିତୀ ନିବାରଣ ଅପରାଧ ନିୟନ୍ତ୍ରଣ କମିଟିର ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ, ସମ୍ବାଦିକ ସୁକାନ୍ତ ପଟ୍ଟନାୟକ, ସମ୍ବାଦିକ ରଘୁନାଥ ନାୟକ, ସମ୍ବାଦିକ କୃଷ୍ଣଚନ୍ଦ୍ର ଦାଶ, ସାମ୍ବାଦିକ ପ୍ରସନ୍ନ ସାମନ୍ତରାୟ ଯୋଗ ଦେଇଥିଲେ । ଏହି ମ୍ୟାଚ୍ କୁ ମୁଖ୍ୟ ଭାବରେ ପରିଚାଳନା କରିଥିଲେ ସୁଶାନ୍ତ ମିଶ୍ର, ଲାଇନ୍ ରେ ସହଯୋଗ କରିଥିଲେ ରବିନାରାୟଣ ରଣା,ଲକ୍ଷ୍ମୀଧର ଚୌଧୁରୀ ଓ ଚତୁର୍ଥ ସହଯୋଗୀ ଭାବେ ବ୍ରଜମୋହନ ମହାପାତ୍ର । ଏହି ତୃତୀୟ ଦିନର ମ୍ୟଚ୍ କୁ ଅନୁଷ୍ଠାନର ଉପଦେଷ୍ଟା ଇଂ.ଦେବାଶିଷ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଡାଃ.ନବକିଶୋର ରାୟ, ଅନୁଷ୍ଠାନର ସମ୍ପାଦକ ସ୍ୱରାଜ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶାନ୍ତିପୁର୍ଣ୍ଣ ଭାବେ ମ୍ୟାଚ୍ କୁ ସମ୍ପାଦନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.