Home ଓଡ଼ିଶା ଅର୍ବିଟର ଏବେ ବି କାମ କରୁଛି: କେ ଶିବନ

ଅର୍ବିଟର ଏବେ ବି କାମ କରୁଛି: କେ ଶିବନ

905

ନୂଆଦିଲ୍ଲୀ,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ମିଶନ ଚନ୍ଦ୍ରାୟାନ-2 କୁ ନେଇ ଇସ୍ରୋର ମୁଖିଆ କେ. ଶିବନ୍‌ ଆଜି ଆଉ ଏକ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ଆର୍ବିଟର ବହୁତ ଭଲରେ ନିଜର କାର୍ଯ୍ୟ  ସମାପନ କରୁଛି । ତାର ପ୍ରତ୍ୟେକ ଜିନିଷ ଭଲଭାବରେ କାର୍ଯ୍ୟ କରୁଛି । କିନ୍ତୁ ଲ୍ୟାଣ୍ଡରର ଏପର୍ଯ୍ୟନ୍ତ ସିଗନାଲ୍‌ ମିଳିପାରି ନାହିଁ । ହେଲେ ଆର୍ବିଟର ବହୁତ ଭଲ କାମ କରୁଛି । ଏହାର ସମସ୍ତ ପ୍ରକାର ଅପରେସନ୍‌ ଆରମ୍ଭ ହୋଇଯାଇଛି । ଏବେ ଏହାର ପ୍ରତ୍ୟେକ ଭାଗ ଠିକ୍‌ କାର୍ଯ୍ୟ ସମ୍ପାଦନ କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଏକ ରାଷ୍ଟ୍ରୀୟସ୍ତର ସମିତି ବିଷ୍ଲେଶଣ କରୁଛି, ଯେ, କଣ ପାଇଁ ଶେଷ ମୁହୁର୍ତ୍ତରେ ଲ୍ୟାଣ୍ଡର ଠାରୁ ସମ୍ପର୍କ ଚ୍ଛିନ୍ନ ହୋଇଥିଲା । ଯଦି ଚ୍ଛିନ ହେବାର କାରଣ ଜଣାପଡେ ତାହାହେଲେ ଚନ୍ଦାୟାନ-2 ମିଶନରେ ଆଗକୁ ବଢାଯାଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.