Home ଜିଲ୍ଲା ପରିକ୍ରମା ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର

3

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଭାବରେ ମନ୍ଦାରି ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଅଧକ୍ଷ, ଭଦ୍ରକ ଡାକ ବିହାଗର ବିଜନେସ ଏକ୍ଜିକ୍ୟୁଟିଭ, ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ମୋନାଲିସା ପଣ୍ଡା, ସାଇବର ଥାନା ର ଅଧକ୍ଷ ଦୟାନିଧି ଦାସ, ବାସୁଦେବପୁର ଥାନାର ଏସ୍ ଆଇ, ଭଦ୍ରକ ଲିଡ୍ ବ୍ୟାଙ୍କ ର ସି ଏଫ୍ ଏଲ୍ ଅଶ୍ୱିନୀ କୁମାର ନାୟକ, ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ କୁମାର ରାୟ ମହୋଦୟ ଯୋଗ ଦେଇଥିଲେ। ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ପିଲାମାନଙ୍କୁ ସଂଚୟର ମହତ୍ୱ ଜଣାଇବା ସହ ଆର୍ôଥକ ସକ୍ଷାର ସମାଜ ଗଢ଼ିବା ପାଇଁ ସହାୟକ ହେବ ବୋଲି କହି ଅନୁପ୍ରାଣିତ କରିଥିଲେ। ସାଇବର ସେଲ ଅଧ୍ୟକ୍ଷ ଓ ବସୁଦେବପୁର ଥାନା ର ଏସ ଆଇ ପିଲାମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଂଚିବାର ଉପାୟମାନ ବୁଝାଇଥିଲେ ଓ ପିଲାମାନଙ୍କୁ ସୋସିଆଲ ମିଡ଼ିଆର ସଠିକ୍ ବ୍ୟବହାର କରିବାର ଉପାୟମନ ଜଣାଇ ଥିଲେ। ଡାକ ବିଭାଗର ଅଧିକାରୀ ଡାକଘରେ ଉପଲବ୍ଧ ସମସ୍ତ ସଂଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ। ପଦ୍ମନ କୁମାର ରାୟ ଓ ମନ୍ଦାରି ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଅଧକ୍ଷ ପିଲାମାନଙ୍କୁ ସଂଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ମନ୍ଦାରୀ ମହାବିଦ୍ୟାଳୟଓ ଉଚ୍ଚ ବିଦ୍ୟାଳୟର ମୋଟ ୨୦୦ ଜଣ ଛାତ୍ର ଛାତ୍ରୀ, ମହାବିଦ୍ୟାଳୟ ର କର୍ମକର୍ତା ଓ ଡାକ ବିଭାଗ ଏଜେଂଟ ମାନେ ଯୋଗଦେଇଥିଲେ । “ଆଜିର ଏକ ସଚେତନ ଛାତ୍ର, କାଲିର ଦାୟିତ୍ୱବାନ ନାଗରିକ” ଏହି ଥିମ୍ ରେ ସଭାଟି ଆୟୋଜିତ ହୋଇଥିଲା। ଏହି ସଭାଟିକୁ ସଫଳ କରିବାରେ ମହାବିଦ୍ୟାଳୟ ର ସମସ୍ତ କାର୍ଯ୍ୟ କର୍ତା, ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ବିଭାଗ ର କର୍ମକର୍ତା ଓ ଡାକ ଏଜେଂଟ ମାନେ ସହାୟକ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.