Home ଜିଲ୍ଲା ପରିକ୍ରମା ଆର୍‌ସିବିଏଲ୍ ହାଇସ୍କୁଲ୍‌ରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ

ଆର୍‌ସିବିଏଲ୍ ହାଇସ୍କୁଲ୍‌ରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ

15

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ୍ ଚରମ୍ପା ସ୍ଥିତ ଆର୍ ସି ବି ଏଲ ହାଇ ସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ସମସ୍ତ ଅଭିଭାବକମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଉକ୍ତ ବୈଠକରେ ତିନିଶହରୁ ଉର୍ଦ୍ଧ୍ୱ ଅଭିଭାବକ, ଅଭିଭାବିକା ଉପସ୍ଥିତ ହୋଇ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରିଥିଲେ । ରାଜ୍ୟ ସରକାରଙ୍କ ନୂତନ ଗାଇଡ ଲାଇନ ଅନୁସାରେ ଉଣେଇଶି ଜଣ ସଭ୍ୟ, ସଭ୍ୟା , ଅଭିଭାବକ, ଅଭିଭାବିକା ମାନଙ୍କ ଦ୍ୱାରା ନିର୍ବାଚିତ ହେଲେ। ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ନାୟକ, ବରିଷ୍ଠ ଶିକ୍ଷୟତ୍ରୀ ଜିନତ୍ ସୁଲତାନା, ଆଲୁମିନି ସଭାପତି ସଂଗ୍ରାମ କେଶରୀ ଦାସ, କାଉନସିଲର ଦିଲୀପ ନାୟକ, ଅଲୁମିନି ସଦସ୍ୟ ମଦନ ମୋହନ ମହାନ୍ତି, ମେଘମାଳା ପଣ୍ଡା, ଆଶା କର୍ମୀ ରଞ୍ଜୁକ୍ତା ଜେନା ଙ୍କ ନେତୃତ୍ୱରେ ଉଣେଇଶି ଜଣ ସଭ୍ୟ/ ସଭ୍ୟା ନିର୍ବାଚିତ ହୋଇ ଜୟଯୁକ୍ତ ହୋଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟତ୍ରୀ ସଭାପତି ଭାବରେ ବିଶାଖାରାଣୀ ରାଉତ୍ ଓ ଉପ ସଭାପତି ଭାବରେ ରଞ୍ଜିତା ରାଉଳ ଫୁଲମାଳ ପିନ୍ଧାଇ ସମ୍ମାନୀତ କରିଥିଲେ । ସଭାପତି ବିଶାଖାରାଣୀ ରାଉତ୍ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତଙ୍କ ମତ ନେଇ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ତୁଲାଇବେ ବୋଲି ଶପଥ କରିଥିଲେ। ଶେଷରେ ସଭାପତି ବିଶାଖାରାଣୀ ରାଉତ୍ ଉପସ୍ଥାପନ କରିଥିଲେ ଯେ ବିଦ୍ୟାଳୟର ଉନ୍ନତିକରଣ ପାଇଁ ବିଧାୟକଙ୍କ ସହ ମତ ରଖିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.