Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଭାରତବନ୍ଦ ପ୍ରଭାବ,ଦୋକାନବଜାର ବନ୍ଦ ଯାନବାହନ ଚଳାଚଳ ଠପ୍

ମାଲକାନଗିରି ଜିଲ୍ଲାରେ ଭାରତବନ୍ଦ ପ୍ରଭାବ,ଦୋକାନବଜାର ବନ୍ଦ ଯାନବାହନ ଚଳାଚଳ ଠପ୍

87

ମାଲକାନଗିରି,୨୯ା୧(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାରେ ବହୁଜନ କ୍ରାନ୍ତୀ ମୋର୍ଚା,ଏସି,ଏସଟି,ଓବିସି, ସଂଖ୍ୟାଲଗୁ ସଂଘ ପକ୍ଷରୁ ଏନଆରସି,ସିଏଏ,ଇଭିଏମ ବିରୋଧରେ ଆଜି ଭାରତବନ୍ଦ ଡାକରା ଦିଆଯାଇଛି, ଏହି ବନ୍ଦଡାକରାରେ ମାଲକାନଗିରି ସହର ସହିତ ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ସହ ଗାଡି ମଟର ଚଳାଚଳ ଠପ ହୋଇଯାଇଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି ।ଏସି,ଏସଟି,ଓବିସି, ସଂଖ୍ୟାଲଗୁ ସଂଘ ଓ ବହୁଜନ କ୍ରାନ୍ତୀ ମୋର୍ଚାର ଶତାଧିକ କର୍ମୀ, ମାନେ ଏହି ବନ୍ଦ ଓ ହରତାଳରେ ଉପସ୍ଥିତ ରହି ବସଷ୍ଟାଣ୍ଡ,ବାଲିମେଳା ଛକ, କୋର୍ଟ ଛକ, ଡିଏନକେ ଛକ,ସୁବାଷବୋଷ ଛକ, କଲେଜ ଛକ ଠାରେ ପିକେଟିଂ କରି ଯାନବାହନ ଅଟକାଇ ରାସ୍ତାରୋକ କରିଥିଲେ ।ଏନଆରସି, ସିଏଏ,ଇଭିଏମ କୁ ବିରୋଧ ଓ ବଡି ଚାଲିଥିବା ଆର୍ଥିକ ସଂଙ୍କଟ,ନାଗରୀକ ଅଧିକାର,ବେକାରଙ୍କୁ ରୋଜଗାର ଦେବାପାଇଁ ବ୍ୟାପକ ନିଯୁକ୍ତ ସୃଷ୍ଟିକରିବା,ଆଦିବାସୀଙ୍କ ଜଳ,ଜଙ୍ଗଲ, ଜମି ଅଧିକାରୀ ସୁରକ୍ଷା ଦାବିନେଇ ଏହି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଆଜି ସକାଲ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଟାଂଧରି ମାଲକାନଗିରି ଜିଲ୍ଲାକୁ ଚଳାଚଳକରୁଥିବା ଯାନବାହନ ଚଳାଚଳା ବନ୍ଦ ରହିବାସହ ଦୋକାନବଜାର ଗୁଡିକ ବନ୍ଦରହିଥିବାରୁ ସାଧାରଣ ନାହିଁ ନଥିବା ହଇରାଣ ହୋଇଛନ୍ତିା କାଲିମେଳା, ପିଡଆ,ମୋଟୁ,ଚିତ୍ରକୋଣ୍ଡା, କୋରକୁଣ୍ଡା, ଖଇରପୁଟ, ମାଥିଲି,ବାଲିମେଳା,ଗୋବିନ୍ଦପାଲି ସହ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ଏହି ବନ୍ଦ ପାଳନ ହୋଇଛି । ବନ୍ଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.