Home ଜିଲ୍ଲା ପରିକ୍ରମା ଆରଏସଏସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଆରଏସଏସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

2

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ଭବିଷ୍ୟତ । ଦେଶରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ସବୁଜିମା ବୃଦ୍ଧି କରିବା ନିମନ୍ତେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ‘ମା’ ପାଇଁ ଗଛଟିଏ’ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛ।ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭଦ୍ରକସ୍ଥିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ସ୍ୱାମୀ ବିବେକାନନ୍ଦ ପ୍ରଭାତ ଶାଖା ପକ୍ଷରୁ ‘ମା’ ପାଇଁ ଗଛଟିଏ’ ପରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆରଡ଼ିଛକ କେନାଲବନ୍ଧଠାରେ ସ୍ୱୟଂସେବକ ମାନେ ଦୁର୍ଲଭ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ବୃକ୍ଷଗୁଡ଼ିକର ସୁରକ୍ଷା ନିମନ୍ତେ ତାର ଜାଲି ବଳୟ ଦିଆଯାଇଛି ।ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସ୍ୱାମୀ ବିବେକାନନ୍ଦ ପ୍ରଭାତ ଶାଖା ପକ୍ଷରୁ ଆଶୁତୋଷ ମିଶ୍ର, ମାନଗୋବିନ୍ଦ ନାୟକ, ସୁକଲ୍ୟାଣ ଦାସ, ସୀତାକାନ୍ତ ସାହୁ, ସଞ୍ଜୟ ବାରିକ, ଗଜେନ୍ଦ୍ର ଦାଶ, ଲକ୍ଷ୍ମୀକାନ୍ତ ମିଶ୍ର, ବିଜୟ ଜେନା, ମଦନ ବାରିକ ଏବଂ ସୁଧାଂଶୁ ନାୟକ ପ୍ରମୁଖ ସ୍ୱୟଂସେବକ ମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.