Home କନ୍ଧମାଳ ଆମ ପୋଲସ ସମିତି ବୈଠକ

ଆମ ପୋଲସ ସମିତି ବୈଠକ

118

ବାଲିଗୁଡା ୧୮-୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡା ପୋଲିସ ତରଫରୁ ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ପଂଚାୟତର ସବାଗୃହ ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଆଇନ ସଚେତନତା ଶିବିରରେ ଗୁଣି ଗାରେଡି, ଗଂଜେଇ ଚାଲାଣ ଆଦି କିଛି ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନତା କରାଯାଇଥିଲା।ପୋଲିସ ତରଫରୁ ପଂଚାୟତ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ଯେ ପୋଲିସ ଓ ଜନତାଙ୍କ ମଧ୍ୟରେ ଥିବା ଦୁରତାକୁ କମାଇ ପୋଲିସ ଜନତା ନିକଟତର କରିବାକୁ ଏହା ଏକ ପ୍ରୟାସ। ଉକ୍ତ କାର୍ଯ୍ୟକ୍ରମରେ ପରମପାଙ୍ଗା ପଂଚାୟତର ସରପଂଚ, ଏସଆଇ ପ୍ରମୁଖ ମଂଚାସୀନ ଥିବା ବେଳେ ବାଲିଗୁଡା ଥାନାର କର୍ମକ୍ରତା ଉପସ୍ଥିତ ରହି ସହେଯାଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.