Home ଜିଲ୍ଲା ପରିକ୍ରମା ସଂସ୍କୃତି-ପରମ୍ପରା ଉପରେ କରୋନାର ପ୍ରଭାବ : ଚଳିତ ବର୍ଷ ଶିକ୍ଷାନୁଷ୍ଠାନରେ ପୂଜା ପାଇଲେନି ଗୁରୁ

ସଂସ୍କୃତି-ପରମ୍ପରା ଉପରେ କରୋନାର ପ୍ରଭାବ : ଚଳିତ ବର୍ଷ ଶିକ୍ଷାନୁଷ୍ଠାନରେ ପୂଜା ପାଇଲେନି ଗୁରୁ

66

ବାଲେଶ୍ୱର, ୫ା୯(ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପ୍ରତି ମହାମାରୀ କରୋନାର କୟାବିସ୍ତାର ଦେଶର ଅର୍ଥନୀତି ସାଙ୍ଗକୁ ସାମାଜିକ ସ୍ଥିତ ଦୋହଲି ଦେଇଥିବା ବେଳେ ଏହାର ପ୍ରଭାବ ସାଂସ୍କୃତିକ କ୍ଷେତ୍ରରେ ବି ବେଶ୍ ଅନୁଭୁତ ହୋଇଛି। କରୋନା ପାଇଁ ସାମାଜିକ ଜୀବନରେ ଧୀର୍ଘବର୍ଷର୍ ଧରି ପାଳିତ ହୋଇ ଆସୁଥିବା ପ୍ରତ୍ୟେକଟି ପର୍ବ ପର୍ବାଣୀ ଚଳିତ ବର୍ଷ କେବଳ ବିଧିରକ୍ଷା ହୋଇଥିବା ଲକ୍ଷ୍ୟ କରାଯାଇଛି। ଅନୁରୂପ ଭାବେ ସମଗ୍ର ଦେଶରେ ପାଳିତ ହୋଇଆସୁଥିବା ପ୍ରଥମ ଉପ-ରାଷ୍ଟ୍ରପତି ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ତଥା ଗୁରୁଦିବସ ଆଜି ଫିକା ପଡ଼ିଥିବା ଦେଖିବାକୁ ମିଳିଛି। ଭାରତୀୟ ସଂସ୍କୃତିର ମହାନ ଗୁରୁଶିଷ୍ୟର ପରମ୍ପରାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଶିକ୍ଷାନୁଷ୍ଠାନମାନଙ୍କରେ ପାଳିତ ହୋଇ ଆସୁଥିବା ଜନନାୟକଙ୍କ ଜୟନ୍ତୀ ଉତ୍ସବରେ ଚଳିତ ବର୍ଷ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏବର୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୂଜା କରି ନଥିଲେ। ସରକାରୀ ସ୍କୁଲମାନଙ୍କରେ ତ ଏହି ଉତ୍ସବ ପାଳିତ ହୋଇ ନଥିଲା, ମାତ୍ର ସରସ୍ୱତୀ ଶିଶୁ ମନ୍ଦିର ଭଳି ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ବିଧିରକ୍ଷା ଉଦ୍ଦେଶ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁଦିବସ ପରିବର୍ତ୍ତେ ରାଧାକ୍ରିଷ୍ଣନ୍ଙ୍କ ଜୟନ୍ତୀ ପାଳନ କରିଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାବନ୍ଦିରରେ ଆଜି ସକାଳ ୯ଟାରେ କିଛି ଗୁରୁ ଗୁରୁମା ଓ ସ୍କୁଲ କର୍ତ୍ତୃପକ୍ଷ ମିଳିତ ଭାବେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ପାଳନ କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ମାନେ ରାଧାକ୍ରୀଷ୍ଣନ୍ ଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବାସହ ତାଙ୍କର ଜୀବନାଦର୍ଶ ଓ ସ୍ମୃତି ଚାରଣ କରିଥିଲେ। କେହି ଛାତ୍ର ଛାତ୍ରୀ ସ୍କୁଲ ଆସିନଥିଲେ କି ଗୁରୁଙ୍କୁ ପୂଜା କରିନଥିଲେ। ନିରାଡ଼ାମ୍ବର ପୂର୍ଣ୍ଣ ଭାବରେ ଶେଷ ହୋଇଥିଲା ଏହି କାର୍ଯ୍ୟ। ପରଂପରାକୁ ରକ୍ଷା କରିବାକୁ ଯାଇ ଏହି କାର୍ଯ୍ୟ କରାଯାଇଥିବାର ସ୍କୁଲର ଉପାଧ୍ୟକ୍ଷ ତଥା ମୁଖ୍ୟ ଉପଦେଷ୍ଟା ଉପେନ୍ଦ୍ର ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.