Home ଓଡ଼ିଶା ଆନ୍ଧ୍ର ବ୍ୟାଙ୍କରେ ଜଣେ ମହିଳା କର୍ମଚାରୀଙ୍କୁ କରୋନା, ବଡ଼ପଣ୍ଡୁସର ସଟଡାଉନ୍‌

ଆନ୍ଧ୍ର ବ୍ୟାଙ୍କରେ ଜଣେ ମହିଳା କର୍ମଚାରୀଙ୍କୁ କରୋନା, ବଡ଼ପଣ୍ଡୁସର ସଟଡାଉନ୍‌

172

ନୟାଗଡ଼, ୩୧ା୭:( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଗତକାଲି ଦଶପଲ୍ଲା ଥାନାରେ ଏକକାଳୀନ ୧୦ଜଣ ପୁଲିସଙ୍କୁ କରୋନା ସଂକ୍ରମଣ କରିଥିବାବେଳେ ଆଜି ଆନ୍ଧ୍ରବ୍ୟାଙ୍କରେ ପଶିଛି କରୋନା। ଅସମର୍ଥୀତ ସୂତ୍ରରୁ ଯାହା ଖବର ମିଳିଛି ନୟାଗଡ଼ ବ୍ଳକ ବାଉଁଶିଆପଡ଼ା ଆନ୍ଧ୍ରବ୍ୟାଙ୍କରେ ଜଣେ କର୍ମଚାରୀଙ୍କୁ କରୋନା ସଂକ୍ରମଣ କରିଛି। ଏହି କର୍ମଚାରୀ ଜଣଙ୍କ ହେଉଛନ୍ତି ଜଣେ ପୁରୁଷ। ଏହା ପୂର୍ବରୁ ମଧ୍ୟ ଆଉ ଜଣେ ମହିଳା ଏହି ବ୍ୟାଙ୍କରେ କରୋନା ଆକ୍ରାନ୍ତରେ ସଂକ୍ରମିତ ହୋଇଥିଲେ। ଅନ୍ୟପକ୍ଷରେ ପଡ଼ୋଶୀ ଗାଁ ବଡ଼ପଣ୍ଡୁସରରୁ ଜଣେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟକୁ ନେଇ ଆଜି ସକାଳ ୭ଟାରୁ ୩ତାରିଖ ରାତି ୯ପର୍ଯ୍ୟନ୍ତ ସରପଂଚ ସର୍ଟଡାଉନ୍ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.