Home ଅପରାଧ ସମଲିଙ୍ଗୀ କିମ୍ବା ଅବୈଧ ସଂପର୍କ ରଖିଲେ ପଥର ମାରି ମୃତ୍ୟୁଦଣ୍ଡ

ସମଲିଙ୍ଗୀ କିମ୍ବା ଅବୈଧ ସଂପର୍କ ରଖିଲେ ପଥର ମାରି ମୃତ୍ୟୁଦଣ୍ଡ

2133

ବନ୍ଦାର ସେରି ବେଗୱାନ:ବୃନେଇର ଶାସକ ବୁଧବାର ଦିନ ଦେଶରେ ନୂଆ ଆଇନ ଲାଗୁ କରିଛନ୍ତି।ମୁସଲିମ ବହୁଳ ଏହି ଦେଶରେ ସରିଆ କାନୁନ ଅନୁଯାୟୀ ସମଲିଙ୍ଗୀ କିମ୍ବା ବିବାହ ପୂର୍ବରୁ ଅବୈଧ ସଂପର୍କ ରଖିଲେ ସର୍ବ ସାଧାରଣରେ ପଥର ମାରି ମୃତ୍ୟୁଦଣ୍ଡ ଦେବାର ଆଇନ ଲାଗୁ ହୋଇଛି।ଏହା ସହ ଚୋରୀ କଲେ ଦୁଇ ହାତ କଟିଦେବା, ବଳାତ୍କାର ଏବଂ ଡକାୟତି ପାଇଁ ମୃତ୍ୟୁଦଣ୍ଡ ଲାଗୁ ହୋଇଛି।ସେହିପରି ମହମ୍ମଦ ପୈଗମ୍ବରଙ୍କର ଅପମାନ କଲେ ମଧ୍ୟ ମୃତ୍ୟୁଦଣ୍ଡ ଲାଗୁ ହୋଇଛି।ଏହା ସହ ଆହୁରି ଅନେକ କଠୋର ଆଇନ ଲାଗୁ ହୋଇଛି।ବୃନେଇର ସୁଲତାନ ହସନଲ ବୋଲକେୟା ଏହି ନୂଆ ଆଇନ ଆଣିଛନ୍ତି।ଏପରି ଆଇନକୁ ନେଇ ବିଶ୍ୱ ସମୁଦାୟରେ ନାପସନ୍ଦ କରାଯାଉଥିବା ବେଳେ ସଂଯୁକ୍ତ ରାଷ୍ଟ୍ର ଏହାକୁ “କ୍ରୁର ଏବଂ ଅମାନବୀୟ” ବୋଲି କହିଛି। ସୂଚନାଯୋଗ୍ୟ ଯେ ସାଉଦୀ ଆରବରେ ମଧ୍ୟ ଏହିପରି ଅନେକ କଠୋର କାନୁନ ରହିଛି।  //ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.