Home ଜିଲ୍ଲା ପରିକ୍ରମା ଆନ୍ଦ୍ରପ୍ରଦେଶ କୁ ଶିଶୁ ଶ୍ରମିକ ଭାବେ ଚାଲାଣ ହେଉଥିବା ୩ ନାବାଳିକା ସୀମାନ୍ତ ମୋଟୁ ଠାରୁ...

ଆନ୍ଦ୍ରପ୍ରଦେଶ କୁ ଶିଶୁ ଶ୍ରମିକ ଭାବେ ଚାଲାଣ ହେଉଥିବା ୩ ନାବାଳିକା ସୀମାନ୍ତ ମୋଟୁ ଠାରୁ ଉଦ୍ଧାର

51

ମାଲକାନଗିରି,୧୫ା ୪ (ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶକୁ ଶିଶୁ ଶ୍ରମିକ ଭାବେ ଜଣେ ଦଲାଲ ଚାଲାଣ କରୁଥିବା ବେଳେ ସୀମାନ୍ତ ମୋଟୁ ରୁ ୩ଜଣ ନାବାଳିକା ଙ୍କୁ ପୁଲିିସ ଉଦ୍ଧାର କରିଛି । ମାଲକାନଗିରି ବ୍ଲକସ୍ଥ ଶୋରିଷମାଳ ଗ୍ରାମରୁ ୩ଜଣ ଗରିବ ନାବାଳିକାଙ୍କୁ ଜଣେ ଦଲାଲ ଆନ୍ଦ୍ରପ୍ରଦେଶର ଏକ କାଗଜ କଳରେ କାମ କଲେ ଅଧିକ ମଜୁରୀ ମିଳିବ ବୋଲି ଲୋଭଦେଖାଇ ଥିଲେ । ପରିବାର ଗରିବ ହୋଇଥିବାରୁ ସେହି ତିନିଜଣ ନାବାଳିକା ଦଲାଲ କଥାରେ ପ୍ରଲୋଭିତ ହୋଇ ଘରେ କାହାରିକୁ ନଜଣାଇ ଆନ୍ଦ୍ରପ୍ରଦେଶକୁ ଯିବା ପାଇଁ ବାହାରିଥିଲେ । ସେମାନେ ସୀମାନ୍ତ ମୋଟୁ ଠାରେ ଆନ୍ଦ୍ର ପ୍ରଦେଶକୁ ଏକ ବସରେ ଯାଉଥିବା ବେଳେ ମୋଟୁ କାଲେରୁ ପୋଲଚେକ ପୋଷ୍ଟ ନିକଟରେ ପୁଲିସ ଅଟକାଇ ଜାଚଂ କରିଥିଲେ । ପରିଚୟ ମାଗିବାରୁ ସେ ତିନିଜଣ ହଡବଡେଇ ଯାଇଥିଲେ । ଦଲାଲ ସେଠାରୁ ପୁଲିସ ଆଖିରେ ଧୁଳି ଦେଇ ଖସିପଳାଇଥିବା ବେଳେ ଏହି ତିନିଜଣ ନାବାଳିକାଙ୍କୁ ମୋଟୁ ପୁଲିସ ଉଦ୍ଧାର କରି ଆଜି ମାଲକାନଗରି ଜିଲ୍ଲା ଶିଶୁମଙ୍ଗଳ କମଟି ନିକଟରେ ହାଜର କରିଛନ୍ତି । ଉଦ୍ଧାର ନାବାଳିକା ମାନଙ୍କ ଘର ମାଲାକନଗିରି ବ୍ଲକସ୍ଥ ସିନ୍ଧିରିମାଳ ପଚାଂୟତ ଶୋରିଷମାଳ ଗ୍ରାମରେ, ସେମାନଙ୍କ ବୟସ ୧୫ରୁ ୧୬ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ଶିଶୁ ମଙ୍ଗଳ କମିଟି ପକ୍ଷରୁ ଉଦ୍ଧାର ନାବାଳିକା ମାନଙ୍କୁ କାଉସିଲିଂ କରି ଆଜି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି । ଉଦ୍ଧାର ନାବାଳିକା ମାନଙ୍କୁ ଥଇଥାନ କରିବା ସହ ତାଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଥିବାର ସିଡବ୍ଲୁସି ଚେୟାରମେନ ଅଶୋକ କୁମାର ପଟନାୟକ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.