Home ଓଡ଼ିଶା ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ ଉପଲକ୍ଷେ ସଚେତନତା ରଥ...

ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ ଉପଲକ୍ଷେ ସଚେତନତା ରଥ ଉଦଘାଟିତ

93

ମାଲକାନଗିରି,୨୬ା୬ (ଓଡିଆ ପୁଅ ) ମହାମାରି କରୋନା ପାଇଁ ଚଳିତ ବର୍ଷ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳନ ହୋଇପାରି ନଥିବା ବେଳେ ଏହି ଦିବସ ଉପଲକ୍ଷେ ଜନସଚେତନତା ରଥ ସହର ପରିକ୍ରମା କରିଛି । ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ ଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଥାନା ଅଧିକାରୀ ଜଗାରାଓଙ୍କ ନେତୃତ୍ୱରେ ଜିଲ୍ଲାକାର୍ଯ୍ୟାଳୟ ପରିସରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ ର ଜନସଚେତନତା ରଥ ଉଦଘାଟିତ ହୋଇ ଯାଇଛି । ଏହି ଅବସରେ ଜିଲ୍ଲାଅବକାରୀ ବିଭାଗ କାର୍ଯ୍ୟାଳୟର ସୁଜଳମଣ୍ଡଳ,ସିତାକାନ୍ତ ମହାନ୍ତି,ରାମଚନ୍ଦ୍ର ହନ୍ତାଳ,ଶୁରେଶ ମାଝୀ,ସରିତା ନାୟକ,ଜୁଲି ସା ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଜନସଚେତନତା ରଥ ଉଦଘାଟିତ ହେବାପରେ ଆଜି ଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ନିରୋଧ ସଂପର୍କରେ ଜନ ସଚେତନତାର ବାର୍ତାଦେବା ଆରମ୍ଭ କରିଦେଇଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.