Home ଜିଲ୍ଲା ପରିକ୍ରମା ଆବଶ୍ୟକ ୪୨ ହଜାର, ଆସିଛି ୫ ହଜାର ଟନ୍ ସାର : କଳା ବଜାରୀକୁ ସୁହାଉଛି...

ଆବଶ୍ୟକ ୪୨ ହଜାର, ଆସିଛି ୫ ହଜାର ଟନ୍ ସାର : କଳା ବଜାରୀକୁ ସୁହାଉଛି ସାର ଦର ବଦଳ

109

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଚଳିତ ଖରିଫ ଋତୁରେ ସଅଳ ଆସିଯାଇଛି ମୌସୁମୀ । ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ମୌସୁମୀ ବର୍ଷା ଓ ଲଘୁଚାପ ବର୍ଷା ବୃଦ୍ଧି ପାଇଛି । ଚାଷ ଆଗେଇ ଥିବାରୁ ସାରର ଆବଶ୍ୟକତା ବି ବଢିଯାଇଛି । ଚାଷୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁତ ନଥିବା ଜଣାପଡିଛି । ଭଦ୍ରକ ଜିଲା ପାଇଁ ୨୦୨୦-୨୧ ଖରିଫ ଚଷ ବର୍ଷରେ ଜିଲା କୃଷି ବିଭାଗ ୪୨.୬୦୦ ମେଟ୍ରିକ୍ ଟନ୍ ସାର ଟାର୍ଗେଟ୍ କରିଛି । ଗତବର୍ଷ ୪୬.୧୦୦ ମେଟ୍ରିକ୍ ଟନ୍ ସାର ଟାର୍ଗେଟ୍ ଥିବା ବେଳେ ଚଳିତବର୍ଷ କାହିଁକି କମିଲା, ତାହା ବୁଝାପଡୁନି । ଏବର୍ଷ ଟାର୍ଗେଟ୍ ଥିବା ୪୨ ହଜାର ମେଟ୍ରିକ୍ ଟନ୍‌ରୁ ମାତ୍ର ୫ ହଜାର ମେଟ୍ରିକ୍ ଟନ୍ ସାର ଆସିଛି । ୟୁନିଆ-୧୭ ହଜାର ୮୦୦ ମେଟ୍ରିକ୍ ଟନ୍‌, ଡିଏପି ସାର – ୧୦ ହଜାର ମେଟ୍ରିକ୍ ଟନ୍‌, ପଟାସ ସାର – ୫ ହଜାର ମେଟ୍ରିକ୍ ଟନ୍ ଓ ଅନ୍ୟ ସାର ୮.୨୦୦ ମେଟ୍ରିକ୍ ଟନ୍ ଟାର୍ଗେଟ୍ ରହିଛି । କୃଷି ବିଭାଗ ଟାର୍ଗେଟ୍ କରିଥିବା ସାର ମଧ୍ୟରୁ ଜିଲାରେ ଥିବା ୧୦୮ ଗୋଟି ସମବାୟ ସମିତିକୁ ଚଳିତ ବର୍ଷ ୧୧ ହଜାର ମେଟ୍ରିକ୍ ଟନ୍ ସାର ଯୋଗାଯିବ । ଗତବର୍ଷ କୃଷି ବିଭାଗ ଏହି ଟାର୍ଗେଟ୍ ୬.୭୦୦ ମେଟ୍ରିକ୍ ଟନ୍ ରଖିଥିଲା । ସମବାୟ ସମିତିକୁ ଟାର୍ଗେଯ୍ ଥିବା ୧୧ ହଜାର ମେଟ୍ରିକ୍ ଟନ୍ ସାରରୁ ଜୁନ୍ ୨୪ ତାରିଖ ସୁଦ୍ଧା ୯୪୫ ମେଟ୍ରିକ୍ ଟନ୍ ସାରରୁ ଜୁନ୍ ୨୪ ତାରିଖ ସୁଦ୍ଧା ୯୪୫ ମେଟ୍ରିକ୍ ଟନ୍ ତାହା ପୁଣି ୟୁରିଆ ସାର ଆଣିବାକୁ ସମବାୟ ସକ୍ଷମ ହୋଇଛି । ଚଳିତବର୍ଷ ୮୩ ଟି ସୋସାଇଟି ଏହି ସାର ନେଇଛି । ସାର ବସ୍ତାରେ ଯେଉଁ ମୂଲ୍ୟ ଲେଖାଯାଇଛି, ସେହି ଦରରେ ଚାଷୀଙ୍କୁ ଚାର ବିକିବାକୁ କୃଷି ବିଭାଗ କଡା ନିର୍ଦ୍ଦେଶ ଦେଇଛି ।

 

 

ତେଣୁ ଜିଲାକୁ ଆସୁଥିବା ସାର ବସ୍ତା ପ୍ରତି ରେଳ ରେକରେ ଭିନ୍ନ ଭିନ୍ନ ମୂଲ୍ୟ ଲେଖା ହୋଇଆସୁଛି । ଏହି କାରବାର ହୋଲସେଲର ଓ ରିଟେଲରଙ୍କ ପାଇଁ ପଞ୍ଚମ ବୃହସ୍ପତି ପଡିଯାଇଛି । କାରଣ ୟୁରିଆ ୪୫ କେଜିଆ ବସ୍ତାକୁ ୨୬୭ ଟଙ୍କା ଦର ରଖିଛନ୍ତି । ସେହିପରି ଡିଏପି ୫୦ କେଜିଆ ବସ୍ତା ପ୍ରତି ଗତବର୍ଷ ୧୨୫୫ ଟଙ୍କା ଥିବାବେଳେ ଚଳିତବର୍ଷ ଏହା ୧୨୯୦ ଟଙ୍କାରେ ପହଞ୍ôଚଛି । କିନ୍ତୁ ରିଟେଲରମାନେ ୧୩୧୫ ଟଙ୍କାରେ ବିକୁଛନ୍ତି । ଭଦ୍ରକ ଜିଲାରେ ୫୨ ଜଣ ହୋଲସେଲର, ୩୬୦ ଜଣ ରିଟେଲର ଏହି ସାର ବିକ୍ରି ପାଇଁ ଲାଇସେନ୍ସ ପାଇଥିଲାବେଳେ ପ୍ରକୃତରେ ୪୦୦ ରୁ ଅଧିକ ରିଟେଲର ସାର ବିକୁଛନ୍ତି । ଏହି ବିନା ଲାଇସେନ୍ସ ଧାରୀ ଓ ଚଢା ଦରରେ ବିକୁଥିବା ବିକ୍ରେତାଙ୍କୁ କୃଷି ବିଭାଗ ଧରିବାର ନାଁ ଧରୁନି । ଅନ୍ୟପକ୍ଷରେ ସମବାୟ ବିଭାଗ ବି ଚାଷୀଙ୍କୁ ଶୋଷଣ କରିବାକୁ ଦୃଢ ନିଷ୍ପତ୍ତି ନେଇଯାଇଛି । ଋଣ ନେଲେ ସାର ନେବାକୁ ବାଧ୍ୟ କହି ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏବେ ମାତ୍ର ୫ ହଜାର ସାର ଯୋଗାଇ ଚୋରା କାରବାରକୁ ପ୍ରୋତ୍ସାହନ ଯୋଗାଇଛନ୍ତି ସରକାର । ଆହୁରି ୩୭ ହଜାର ମେଟ୍ରିକ୍ ଟନ୍ ସାର ଜିଲା ପାଇଁ ଆସିବ କି ସାର ରେକ ବାହାର ଜିଲାର ବ୍ୟବସାୟୀଙ୍କ ଗୋଦାମରେ ଲାଗିଯିବ ତାହା ବି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.