Home ଓଡ଼ିଶା ଜନ୍ମକଲା ପିତା ମାତା ଚାଲିଗଲେ ଆରପାରିକୁ,ପାଳିତ ବାପା ମା ଘରଛାଡିଲେ,ଅନାଥ ନନ୍ଦିନୀ ଏବେ ବୃଦ୍ଧାଙ୍କ କୋଳରେ...

ଜନ୍ମକଲା ପିତା ମାତା ଚାଲିଗଲେ ଆରପାରିକୁ,ପାଳିତ ବାପା ମା ଘରଛାଡିଲେ,ଅନାଥ ନନ୍ଦିନୀ ଏବେ ବୃଦ୍ଧାଙ୍କ କୋଳରେ ।

275

ମାଲକାନଗିରି,୨୬ା୬(ଓଡିଆ ପୁଅ ) ଜନ୍ମକଲା ପିତା ମାତା ୫ବର୍ଷଭିତରେ ହାତଧରା ଧରି ହୋଇ ଚାଲିଗଲେ ଆରପାରିକୁ ,ବାପା ମା ଛେଉଣ୍ଡ ଶିଶୁଟିକୁ କୋଳେଇ ନେଇଥିବା ପାଳିତ ବାପା ମା କିଛି ବର୍ଷତଳେ ଘର ଛାଡିପଳାଇଲେ । ଆନାଥ ଭିନ୍ନ କ୍ଷମ ନନ୍ଦିନୀକୁ ବାପା ମା ର ସ୍ନେହଦେଇ ଏବେ ପାଳିଛନ୍ତି ବୃଦ୍ଧା ବତୀଖିଲ । ଯେଉଁବୟସରେ ସାଙ୍ଗସାଥିଙ୍କ ମେଳରେ ହସିଖେଳି ସ୍କୁଲ ଯାଇ ପାଠପଢିବା କଥା ସେହି ବୟସରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୁଇଗୋଡ ଚାଲୁନାହିଁ ବାପା ମା ଛେଉଣ୍ଡ ୯ବର୍ଷର ଆଦିବାସୀ ଝିଅ ନନ୍ଦିନୀ ର । ତାର ଚିକିତ୍ସାରେ ଅର୍ଥସାଜିଛି ବାଧକ, ଏପରି ଏକ ହୃଦୟ ବିଦାରକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ସଦର ବ୍ଲକସ୍ଥ ସିନ୍ଦ୍ରିମାଳ ପଚାଂୟତ ଚମ୍ପାଖାରୀ ଗ୍ରାମରେ, ୯ବର୍ଷର ଦିବ୍ୟାଙ୍ଗ ଆଦିବାସୀ ଝିଅ ନନ୍ଦିନୀ ବଚିଂବା ପାଇଁ ରହା ଖୋଜୁଛି ଜେଜେ ମା ବତୀଖିଲ ଙ୍କ ନିକଟରେ । ଚମ୍ପାଖାରୀ ଗ୍ରାମର ବତୀଖିଲ(୭୫) ଙ୍କ ସାନଭଉଣୀ ବାସନ୍ତି ଗୋବିନ୍ଦପାଲି ଗ୍ରାମର ବୁଡୁହନ୍ତାଳ ଙ୍କୁ ଗତ ୧୦ବର୍ଷତଳେ ବିବାହ ହୋଇଥିଲେ ,ବିବହାର ବର୍ଷକପରେ ଗତ ୯ବର୍ଷତଳେ ବାସନ୍ତୀ ମାଲକାନଗିରି ହସପିଟାଲରେ ଝିଅଟି÷ଏ ଜନ୍ମଦେଇ ତାର ୧୫ଦିନ ମଧ୍ୟରେ ରୋଗରେ ପଡି ମରିଗଲେ । ମା ମରିଗଲା ପରେ ସେ ଝିଅଟିକୁ ଘରକୁ ଆଣି ବତୀଖିଲ ନିଜ ନିକଟରେ ରଖି ତାର ନାମ ଦେଲେ ନନ୍ଦିନୀ । ବାସନ୍ତି ମୃତ୍ୟୁର ୪ବର୍ଷପରେ ନନ୍ଦିନୀର ବାପା ବୁଡୁ ହନ୍ତାଳ ଙ୍କର ରୋଗରେ ପଡି ମୃତ୍ୟୁ ଘଟିଲା । ନନ୍ଦିନୀ ବାପା ମା ଛେଉଣ୍ଡ ହୋଇ ଅନାଥ ହୋଇ ଗଲେ । ବୃଦ୍ଧା ବତୀଖିଲଙ୍କ ପୁଅ ଡମ୍ବରୁ ଖିଲ ଓ ବୋହୂ ଡମୁଣିଖିଲ ଙ୍କର କିଛି ସନ୍ତାନ ନଥିବାରୁ ନନ୍ଦିନୀକୁ ପୌଷ୍ୟା ସନ୍ତାନ ଭାବେ ଗ୍ରହଣ କରିନେଲେ । ତାପରେ ବୃଦ୍ଧା ବତୀଖିଲ ମାଉସୀରୁ ହୋଇଗଲେ ନନ୍ଦିନୀର ଜେଜେମା । ବୁଡୁ ଓ ବାସନ୍ତି ଙ୍କର ମୃତ୍ୟୁ ହୋଇଗଲାପରେ ଚମ୍ପାଖାରୀ ଗ୍ରାମର ଡମ୍ବରୁ ଓ ଡମୁଣି ନିଜର ପିଲାଭାବି କୋଳେଇ ନେଇ ବାପା ମାର ସ୍ନେହ ଦେଇ ପାଳିପୋଷିଲେ ନନ୍ଦିନୀକୁ । ଡମ୍ବରୁ ଓ ଡମୁଣି ଗରିବ ହୋଇଥିବାରୁ ପରଘରେ କାମ ଧନ୍ଧା କରି ପେଟକୁ ଦାନା ଯୋଗାଡ କରନ୍ତି । ହେଲେ ଦଇବ ଦାଉସାଜିଲା ଗତ ଗତ୪ବର୍ଷତଳେ ବିଚରା ଶିଶୁ ନନ୍ଦିନୀର ଦୁଇଗୋଡ ଅଚଳ ହୋଇ ସେ ଚାଲିବୁଲି ପାରିଲା ନାହିଁ,ଯେଉଁ ବୟସରେ ହସିଖେଳି ଗାଁର ପିଲାମାନଙ୍କ ସହିତ ସ୍କୁଲ ଯାଇ ପାଠ ପଢିବା କଥା ସେହି ବୟସରେ ଚାଲିବୁଲି ନପାରି ଗୁରୁଣ୍ଡି ଗୁରୁଣ୍ଡି ହୋଇ ଚାଲିବାକୁ ପଡିଲା । ପାଳିତ ବାପା ଡମ୍ବରୁ ଖିଲ ସେ ବା କଣ କରିବେ ନିଜପେଟକୁ ଦାନା ଯୋଗାଡ କରିବାକୁ ନିକଟରରେ ପଇସା ନଥିବା ବେଳେ ନନ୍ଦିନୀର ଚିକିତ୍ସା କେମିତି କରିବେ । ଘରେ ଅଭାବ ଅନାଟନ ଦେଖା ଦେବାରୁ ଡମ୍ବରୁ ଖିଲ ଗତ ଦୁଇବର୍ଷତଳେ ଦାଦନ ଖଟିବାକୁ ଆନ୍ଦ୍ରକୁ ପଳାଇଗଲେ ଯେ ତାଙ୍କର କିଛି ଆଉ ଖୋଜ ଖବର ମିଳିଲା ନାହିଁ, ସେଠାରୁ ସେ ନିଖୋଜ ହୋଇଗଲେ । ଡମ୍ବରୁ ଙ୍କ ପତ୍ନୀ ଡମୁଣି ଓ ତାଙ୍କ ଶାଶୁ ବତୀଖିଲ , ପାଳିତା ଝିଅ ନନ୍ଦିନୀ ରହିଗଲେ ଘରେ ,ବହୁକଷ୍ଠରେ ପରଘରେ ମୂଲ ମଜୁରୀ ଲାଗି ପେଟକୁ ଦାନା ଯୋଗାଡ କରୁଥିବା ବଳେ ଏବେ କରୋନା ଡରକୁ ଲକଡାଉନ ପରିସ୍ଥିତି କେଉଁ ଆଡେ ଯିବାକୁ ରାହା ନାହିଁ । କେଉଁ ଠି ମୂଲ ମଜୁରୀ ଲାଗିବେ କାମ ନମିଳିବାରୁ ଡମୁଣି ଚାଲିଗଲେ ନିଜ ବାପଘରକୁ । ବୃଦ୍ଧା ବତୀଖିଲ ଏବେ ଭିନ୍ନକ୍ଷମ ନାତୁଣି ନନ୍ଦନୀ କୁ ନେଇ ବହୁକଷ୍ଟରେ ସତିଗୁଡା ଜଳଭଣ୍ଡାରରୁ ମାଛଧରି ପେଟକୁ ଦାନା ଯେଗାଡ କରୁଛନ୍ତି । ପୁଅ ଡମ୍ବରୁ ବୋହୂ ଡମୁଣି ଘର ଛାଡି ଚାଲିଗଲାପରେ ନନ୍ଦିନୀର ସବୁ ଦାଇତ୍ୱ ତୁଲାଉଛନ୍ତି ବୃଦ୍ଧା ବତୀଖିଲ । ଇନ୍ଦୀରା ଆବାସଟିଏ ନଥିବାରୁ ଖରା ବର୍ଷାରେ କୁଡିଆଘରଟିରେ ବୃଦ୍ଧା ଓ ତାଙ୍କ ନାତୁଣୀ ନନ୍ଦନୀ ମୁଣ୍ଡଗୁଜିଂ ରହିଛନ୍ତି । ପରିଣତବୟସରେ ମଧ୍ୟ ବୃଦ୍ଧାବତୀଖିଲ ବାପା ମା ଛେଉଣ୍ଡ ନନ୍ଦନୀର ସେବା ଯତ୍ନ କରି ପରଘରେ ମୂଲ ମଜୂରା ଲାଗି ପେଟକୁ ଦାନା ଯୋଗାଡ କରୁଥିବା ବେଳେ ଗୋଡ ଅଚଳ ହୋଇ ତଳେ ଗୁରୁଣ୍ଡୁଥିବା ନନ୍ଦିନୀର ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଜୋଗାଡ କରିବେ । ଭିନ୍ନ କ୍ଷମ ନନ୍ଦିନୀକୁ ଧରି ବୃଦ୍ଧା କର୍ମକୁ ଆଦରି ପଡିରହିଛନ୍ତି ଘରେ । ୯ବର୍ଷର ବାପା ମା ଛେଉଣ୍ଡ ନନ୍ଦନୀର ଗତ୪ବର୍ଷ ହେଲା ଦୁଇଟି ଯାକ ଗୋଡ ଅଚଳ ହୋଇ ସେ ଚାଲିପାରୁନଥିବା ବେଳେ ତାକୁ ଏପର୍ଯ୍ୟନ୍ତ ଭିନ୍ନକ୍ଷମ ଭତା ମିଳୁନାହିଁ କି ଅନ୍ୟକିଛି ସରକାରୀ ସହାୟତା ମଧ୍ୟ ମିଳୁନଥିବାର ବୃଦ୍ଧା ବତୀ ଖିଲ କହିଛନ୍ତି । ନନ୍ଦିନୀ ଆଗରୁ ପିଲାଟି ବେଳେ ସାହିର ଅଙ୍ଗନ ଓ୍ୟାର୍ଡିକେନ୍ଦ୍ରକୁ ପାଠ ପଡିବାରକୁ ଯାଉଥିଲା । ଏବେ ସପୁଣ୍ଣ ର୍ ଭାବେ ଦୁଇଗୋଡ ଅଚଳ ହୋଇ ଯିବାରୁ ସେ ସ୍କୁଲକୁ ଯାଇପାରୁନାହିଁ । ନନ୍ଦିନୀ କୁ ଏବେ ୯ବର୍ଷପୁରିଲା ତାର ପାଠପଢିବା ପାଇଁ ବହୁତ ଇଚ୍ଛା ଥିଲେ ମଧ୍ୟ ତାର ଭାଗ୍ୟ ଆଠେଂଇଛି ମାଟିରେ । ନନ୍ଦିନୀ ର ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ବଚିଂବାପାଇଁ ସଂଘର୍ଷ ଜାରି ରଖିଥିବା ବେଳେ ଚିକିତ୍ସାରେ ଅର୍ଥସାଜିଛି ବାଧକ । ବୃଦ୍ଧା ବତୀ ଖିଲ ଏବେ ଡ୍ୟାମରୁ ମାଛଧରି ପରଘରେ କାମକରି ପେଟକୁ ଦାନା ଯୋଗାଡ କରୁଛନ୍ତି,ସେ ବେମାର ପଡିଗଲେ କି ମରିଗଲେ ବାପା ମା ଛେଉଣ୍ଡ ନନ୍ଦିନୀର ଦାଇତ୍ୱ କିଏ ନେବ ବୋଲି ଦୁଃଖ ଓ କୋହଭରା କଠଂରେ କହିଛନ୍ତି ବୃଦ୍ଧା ବତୀଖିଲ । ଗରିବ ଅସହାୟ ରୋଗୀଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ପ୍ରକାର ଯୋଜନା କରି ସେମାନଙ୍କୁ ମାଗଣାରେ ଚିକିତ୍ସା କରା ଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଚଂଳର ଜଣେ ଗରିବ ଆଦିବାସୀ ଶିଶୁ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ି ଜୀବନ ମରଣ ସହ ସଂଘର୍ଷ କରି ସେ ବଚିଂବା ପାଇଁ ରାହାଖୋଜୁଛି ବୃଦ୍ଧା ବତୀଖିଲ ଙ୍କ କୋଳରେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.