Home ଓଡ଼ିଶା ଆଦିବାସୀ ଯୁବକ ଜିତେନ୍ଦ୍ରଙ୍କ ଉଦ୍ଭାବନ ପେଟ୍ରୋଲ ଏଟିଏମ୍ ମେସିନ୍, ଏବେ ଡିଜିଟାଲ ପେମେଣ୍ଟରେ ମିଳୁଛି ସେବା

ଆଦିବାସୀ ଯୁବକ ଜିତେନ୍ଦ୍ରଙ୍କ ଉଦ୍ଭାବନ ପେଟ୍ରୋଲ ଏଟିଏମ୍ ମେସିନ୍, ଏବେ ଡିଜିଟାଲ ପେମେଣ୍ଟରେ ମିଳୁଛି ସେବା

113

ହରିଚନ୍ଦନପୁର,ତା ୧୮ ସେପ୍ଟେମ୍ବର,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)ସାଧାରଣତଃ ଏଟିଏମ ମେସିନରେ କାର୍ଡ ପୁରାଇଲେ ଟଙ୍କା ବାହାରିବା ସମସ୍ତେ ଜାଣିଛନ୍ତି, ମାତ୍ର ଟଙ୍କା ପୁରାଇଲେ ପେଟ୍ରୋଲ ବାହାରିବା ଯନ୍ତ୍ର ନିର୍ମାଣ କରି ଚକିତ କରିଥିବା ଯୁବକ ଏବେ ଏହାକୁ ଅତ୍ୟାଧୁନିକ କରି ଡିଜିଟାଲ ପେମେଣ୍ଟ ମାଧ୍ୟମ୍ୟରେ ପେଟ୍ରୋଲ ବାହାର କରି ନିଜର ପ୍ରତିଭାକୁ ଅଧିକ ପ୍ରକାଶ କରିଛନ୍ତି । ନିଜର ଦୃଢ ଇଛାଶକ୍ତି ବଳରେ ଜଣେ ଆଦିବାସୀ ଯୁବକ ନିଜର ଉଦ୍ଭାବନକୁ ଅତ୍ୟାଧୁନିକ ରୂପ ଦେଇ କରିଛନ୍ତି ଏଭଳି ଏକ ମେସିନ୍ ଯେଉଁଠି ଡିଜିଟାଲ ପେମେଣ୍ଟ କରିଲେ ବାହାରୁଛି ପେଟ୍ରୋଲ । ଯୁବକଙ୍କ ଏଭଳି ଉଦ୍ଭାବନ ଆଗରେ ଫେଲ ମାରିଛି ନୂତନ ଜ୍ଞାନ କୈାଶଳ । ଏହି ଯୁବ ଉଦ୍ଭାବକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳର ଜିତେନ୍ଦ୍ର ହେମ୍ରମ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଆଦିବାସୀ ଅଧୁଷିତ ଅଞ୍ଚଳ ବ୍ରାହ୍ମଣୀପାଳର କାହ୍ନୁଚରଣ ହେମ୍ରମଙ୍କ ପୁଅ ଜିତେନ୍ଦ୍ର ହେମ୍ରମଙ୍କ ପଢିବାକୁ ଅନେକ ଇଛା ଥିଲେବି ଆର୍ଥିକ ସମସ୍ୟା ଯୋଗୁଁ ଦଶମ ଶ୍ରେଣୀ ପରେ ପାଠପଢିବାର ଡୋରି ବନ୍ଧା ହେଲା । ବ୍ରାହ୍ମଣୀପାଳ ଓ ଆଖପାଖ ଅଞ୍ଚଳରେ ପେଟ୍ରୋଲ ପମ୍ପ ନଥିବା କାରଣରୁ ଦୀର୍ଘ ୨୦ କିଲୋମିଟର ଅତିକ୍ରମ କରି ଯାଜପୁର ଜିଲ୍ଲା ଡୁବୁରୀ ପେଟ୍ରୋଲ ପମ୍ପ ଉପରେ ନିର୍ଭରଶୀଳ ଥିଲେ ଏଠାକାର ଅଞ୍ଚଳବାସୀ । ବ୍ରାହ୍ମଣୀପାଳ ଅଞ୍ଚଳରେ ଖୁଚୁରା ପେଟ୍ରୋଲ ବିକ୍ରି ହେଉଥିଲେ ମଧ୍ୟ ରାତ୍ରୀ ସମୟରେ ପେଟ୍ରୋଲ ପାଇଁ ବହୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ସମସ୍ୟାର ସମାଧନ ପାଇଁ ନିଜସ୍ୱ ଜ୍ଞାନ କୌଶଳରେ ଏକ ମିନି ପେଟ୍ରୋଲ ପମ୍ପ ତିଆରି କରି ଚର୍ଚ୍ଚାକୁ ଆସିଥିଲେ । ପ୍ରଥମେ ଟଙ୍କା ପୁରାଇଲେ ପେଟ୍ରୋଲ ବାହାରୁଥିଲା, ନିଜର ଏହି ଉଦ୍ଭାବନକୁ ଏବେ ପୁଣି ଆତ୍ୟାଧୁନିକ ରୂପ ଦେଇ ଏବେ ଡିଜିଟାଲ ପେମେଣ୍ଟରେ ପେଟ୍ରୋଲ ବାହାରିବା ବ୍ୟବସ୍ଥା କରିବାରେ ସଫଳ ହୋଇଛନ୍ତି । ଏହି ମେସିନ୍ ନିର୍ମାଣ ପାଇଁ ତାଙ୍କୁ ଅନେକ ସଂଙ୍ଘର୍ଷ କରିବାକୁ ପଡିଛି । ପାଖରେ ଆବଶ୍ୟକ ଟଙ୍କା ନଥିଲେ ମଧ୍ୟ ବିଭିନ୍ନସ୍ଥାନରୁ ପୁରୁଣା ଯନ୍ତ୍ରାସଂ ସଂଗ୍ରହ କରି ଦିର୍ଘ ୬ରୁ ୭ ମାସ ଅକ୍ଲାନ୍ତ ପରିଶ୍ରମ କରି ଲୋଙ୍କଙ୍କୁ ୨୪ ଘଣ୍ଟା ସେବା ଯୋଗାଉଥିବା ମିନି ପେଟ୍ରୋଲ ପମ୍ପ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ଏହି ମିନି ପେଟ୍ରୋଲ ପମ୍ପରେ ୧୦୦ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ ଭର୍ତ୍ତି କଲେ ଟଙ୍କା ଅନୁଯାୟୀ ସଠିକ୍ ପରିମାଣର ପେଟ୍ରୋଲ ପାଇ ପାରୁଥିବା ଗ୍ରାହକ ଏବେ ଡିଜିଟାଲ ପେମେଣ୍ଟରେ ୧୦୦ଟଙ୍କା ମଧ୍ୟରେ ଆବଶ୍ୟକତା ଅନୁଯାୟୀ ତେଲ ପାଇ ପାରୁଛନ୍ତି । ତେବେ ଦିନ ରାତି ସେବା ପାଇ ପାରୁଥିବାରୁ ଗ୍ରାହକ ମାନେ ଖୁସି ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ସେ ଆଗକୁ ଏକ ଉଡନ୍ତା ବାଇକ ସହ ଅନ୍ୟ ମେସିନ୍ ତିଆରି କରିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି । ତେବେ ନିରନ୍ତର ପ୍ରୟାସ ଜାରି କରିଆସୁଥିବା ଆଦିବାସୀ ଯୁବକଙ୍କୁ ସରକାରୀ ପୋତ୍ସାହନ ମିଳିଲେ ନିଜର ପେଟ୍ରୋଲ ପମ୍ପକୁ ଅଧିକ ଉନ୍ନତମାନର କରିବା ସହ ଲକ୍ଷ୍ୟ ରଖଥିବା ଅନ୍ୟ ଉଦ୍ଭାବନ ଗୁଡିକରେ ସଫଳତା ପାଇ ପାରନ୍ତେ । ନଚେତ୍ ବଣ ମଲ୍ଲି ବଣରେ ଫୁଟି ବଣରେ ମଉଳି ଗଲା ପରି ତାଙ୍କର ଦକ୍ଷତା ସିମିତ ରହିଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.