Home ଜିଲ୍ଲା ପରିକ୍ରମା ଆଦିବାସୀ ମଙ୍ଗଳବିଭାଗ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷଯତ୍ରୀ ଙ୍କୁ ସୁବିଦ୍ୟା ତାଲିମ

ଆଦିବାସୀ ମଙ୍ଗଳବିଭାଗ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷଯତ୍ରୀ ଙ୍କୁ ସୁବିଦ୍ୟା ତାଲିମ

96

ମାଲାକନଗିରି,୫ା୩(ଓଡିଆ ପୁ୍‌ଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲରେ ଥିବା ମଙ୍ଗଳବିଭାଗ ବିଦ୍ୟାଳୟ ଗୁଡିକରେ  ଶିକ୍ଷାର ଅଗ୍ରଗତି ନିମନ୍ତେ ସୁବିଦ୍ୟା କାର୍ଯ୍ୟାକ୍ରମ ଆରମ୍ଭ ହୋଇଯାଇଛି ।  ସ୍ଥାନିୟ ମାଲ୍ୟବନ୍ତ ଛାତ୍ରବାସ ସଭାଗୃହରେ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କ୍ଷୀରାଦ୍ଦି ବେହେରା ଙ୍କ ଅଧ୍ୟକ୍ଷତା ଜିଲ୍ଲାର ସମସ୍ତ ଆଦିବାସୀ ମଙ୍ଗଳ ବିଭାଗର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ଗୁଡିକରେ ଉତମ ଶିକ୍ଷା ଦାନ ପ୍ରତି ଗୁରୁତ୍ୱ ଦେବାସହ ବିଦ୍ୟାଳୟର ଭିତି ଭୁମି, ମରାମତ,ପରିବେଶ,ପରିମଳ,ପାନୀୟଜଳ ଆଦି ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାସହିତ ସୁଚାରୁ ଭାବେ କାର୍ଯ୍ୟକାରି କରିବା ନିମନ୍ତେ ପ୍ରଧାନ ଶିକ୍ଷକ ଓ ଶି କ୍ଷୟତ୍ରୀ ମାନଙ୍କୁ ତାଲିମ ଦିଆଯାଇ ଥିଲା । ଏହି ତାଲିମ ଶିବିରରେ ଆଇଟିଡିଏ ପ୍ରଶାସକ ଙ୍କ ସହିତ ନିର୍ବାହି ଯନ୍ତ୍ରୀ ଇଂ.ରବିନାରାୟଣ ସାହୁ,କନିଷ୍ଠ ଯନ୍ତ୍ରୀ,ବୈଷୟୀକ ତାଲିମ ଦାତା ମାନେ ଯୋଗଦେଇ ସୁ ବିଦ୍ୟା ଯୋଜନା ସଂପର୍କରେ ତାଲିମ ସହ ବିଭିନ୍ନ ପରାମର୍ଶ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.