Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ପଚାଂୟତରାଜ ଦିବସରେ ଗାଁକୁ କାମ ମା କୁ ସମ୍ମାନ ପ୍ରତି ଗୁରୁତ୍ୱ

ଜିଲ୍ଲାସ୍ତରୀୟ ପଚାଂୟତରାଜ ଦିବସରେ ଗାଁକୁ କାମ ମା କୁ ସମ୍ମାନ ପ୍ରତି ଗୁରୁତ୍ୱ

195

ମାଲାକନଗିରି,୫ା୩(ଓଡିଆ ପୁଅ) ପ୍ରବାଦପୁରଷ ବିଜୁପଟନାୟକ ଙ୍କ ୧୦୪ତମ ଜନ୍ମତିଥି ଓ ପଚାଂୟତରାଜ ଦିବସ ପାଳନ ଅବସରରେ ଗାଁ କୁ କାମ ମା କୁ ସମ୍ମାନର ନାରା ଦେଇ ଜିଲ୍ଲାର ଉନ୍ନତି ପାଇଁ ଅଟାଂଭିିଡିଲେ ସରକାରୀ ଅଧିକାରୀ ଓ ଲୋକପ୍ରତିନିଧି । ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ପଚାଂୟତରାଜ ଦିବସ ପାଳନ ଅବସରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଜିଲ୍ଲାପରିଷଦ ଉପଧ୍ୟାକ୍ଷ ସୁଲତା ମଣ୍ଡଳ ଓ ମୁଖ୍ୟବକ୍ତା ଭାବେ ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରମେୟ କୁମାର ମହନ୍ତ ଯୋଗଦେଇ ବିଶିଷ୍ଟ ଜନନାୟକ କଳିଙ୍ଗପୁତ୍ର ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦୀପପ୍ରଜ୍ୱଳନ କରି ଉତ୍ସବଟିକୁ ଉଦଘାଟନ କରିଥିଲେ । କଳିଙ୍ଗପୁତ୍ର,ପ୍ରବାଦପୁରୁଷ ବିଜୁବାବୁ ଙ୍କ ନୂତନ ଓଡିଶାର ପରିକଳ୍ପନା ଓ ତାଙ୍କର ଅବଦାନ ସମଗ୍ର ମାଲକାନଗିରି ଜିଲ୍ଲାବୀସୀ କେବେ ବି ଭୁଲିପାରିବେନାହିଁ,ତାଙ୍କ ଉଦ୍ୟମ କ୍ରମେ ମାଲକାନଗିରି ସବଡିଭିଜନ ଗତ୧୯୯୨ ମସିହା ଅକ୍ଟୋବର ମାସ ୨ତାରିଖରେ ଜିଲ୍ଲାର ମାନ୍ୟତା ପାଇ ଆଜି ଗୌରବ ହାସଲକରିଛି, ଗାଁ କୁ କାମ ମା କୁ ସମ୍ମାନର ନାରା ଦେଇ ସରକାରୀ ଅଧିକାରୀ, ଲୋକପ୍ରତିନିଧି,ଜିଲ୍ଲାବାସୀ ମିଳିତି ଭାବେ ଜିଲ୍ଲାର ଉନ୍ନତି କରିବା ପାଇଁ ସଙ୍କଳ୍ପ ନେଇଥିଲେ ଓ ଗାଁ ଲୋକଙ୍କ ସଶକ୍ତିକରଣ ଓ ପଚାଂୟତରାଜ ଦିବସର ତାତ୍ପର୍ଯ୍ୟତା ଓ ପ୍ରବାଦପରୁଷ ବିଶିଷ୍ଟ ଜନନାୟକ ବିଜୁପଟନାୟକ ଙ୍କ ବହୁମୁଖିପ୍ରତିଭା ସଂପର୍କରେ ମଚାଂଶିନ ଅତିଥି ମାନେ କହିଥିଲେ । ଏହି ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ଏପିଡି ବାଲାଜ ିପଟନାୟକ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା.ଶିବପ୍ରସାଦ ମହାରଣା, ଡା.ଧନୁର୍ଯ୍ୟ ମହନ୍ତ,ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠ,ଜିଲ୍ଲା ଉପକୃଷିନିର୍ଦ୍ଦେଶକ ରାମପ୍ରସାଦ ପଟନାୟକ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ,ଜିଲ୍ଲାପରିଷଦ ସଭ୍ୟ,ସଭ୍ୟା, ,ତ୍ରିସ୍ତରୀୟ ପଚାଂୟତ ଲୋକ ପ୍ରତିନିଧିମାନେ ଯୋଗଦେଇ ପ୍ରବାଦପୁରଷ ବିଜୁ ବାବୁଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହି ତାଙ୍କ ସ୍ମୃତୀଚାରଣ କରିଥିଲେ । ଶେଷରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.