Home ଜିଲ୍ଲା ପରିକ୍ରମା କଳିଙ୍ଗପୁତ୍ର ବିଜୁବାବୁ ଙ୍କ ୧୦୪ତମ ଜୟନ୍ତୀ ଉତ୍ସବରେ ୧୦ଫୁଟ ଉଚ୍ଚତାର ବ୍ରୋଚଂ ପ୍ରତିମୂର୍ତି ରେ ମାଲ୍ୟାର୍ପଣ

କଳିଙ୍ଗପୁତ୍ର ବିଜୁବାବୁ ଙ୍କ ୧୦୪ତମ ଜୟନ୍ତୀ ଉତ୍ସବରେ ୧୦ଫୁଟ ଉଚ୍ଚତାର ବ୍ରୋଚଂ ପ୍ରତିମୂର୍ତି ରେ ମାଲ୍ୟାର୍ପଣ

148

ମାଲକାନଗିରି,୫ା୩ (ଓଡିଆ ପୁଅ )ପ୍ରବାଦପୁରଷ ବିଜୁ ବାବୁଙ୍କ ୧୦୪ତମ ଜନ୍ମଜୟନ୍ତୀ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିବିଗୁଡା ପୁଷ୍କରଣି ନିକଟ ଉଦ୍ୟାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିଷ୍ଟିତ ସ୍ୱର୍ଗତ ବିଜୁବାବୁଙ୍କର ୧୦ଫୁଟ ଉଚତାର ବ୍ରୋଚଂ ପ୍ରତିମୂର୍ତି ବିଜେଡି ଦଳ ଓ ସରକାରୀ ଅଧିକାରୀ ମାନେ ମାଲ୍ୟର୍ପଣ କରି ସ୍ମୃତୀଚାରଣ କରିଛନ୍ତି । ଆଜି ସକାଳେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଏପିଡି ମାନସ ମିଶ୍ର,ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଠଂ ନାଇଡୁ,ବରିଷ୍ଠ ବିଜେଡି ନେତା ଗୋପାଳ ପଣ୍ଡା,ଅକ୍ଷୟ କୁମାର ମହାନ୍ତି,ଲମ୍ବଧର ତୁରୁକ,ଦୀପକ ବିସ୍ୱାସ,ଡାଲିଏଲ ପଟଲା,ସର୍ବକୁମାର ବିଷୋୟୀ ପ୍ରମୁଖ ବିଜେଡି ନେତା ଓ କର୍ମୀ ମାନେ ବିବିଗୁଡା ପୁସ୍କରଣୀ ନିକଟରେ ସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତୀ ରେ ମାଲ୍ୟର୍ପଣ କରି ତାଙ୍କବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରି ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ କଳିଙ୍ଗପୁତ୍ର,ପ୍ରବାଦପୁରୁଷ ବିଜୁବାବୁ ଙ୍କ ନୂତନ ଓଡିଶାର ପରିକଳ୍ପନା ଓ ତାଙ୍କର ଅବଦାନ ସମଗ୍ର ମାଲକାନଗିରି ଜିଲ୍ଲାବୀସୀ କେବେ ବି ଭୁଲିପାରିବେନାହିଁ,ତାଙ୍କ ଉଦ୍ୟମ କ୍ରମେ ମାଲକାନଗିରି ସବଡିଭିଜନ ଗତ୧୯୯୨ ମସିହା ଅକ୍ଟୋବର ମାସ ୨ତାରିଖରେ ଜିଲ୍ଲାର ମାନ୍ୟତା ପାଇ ଆଜି ଗୌରବ ହାସଲକରି ଜିଲ୍ଲା ଏବେ ଉନ୍ନତିର ସୋପାନରେ ପହଁଚିପାରିଛି ବୋଲି କହିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.