Home ଓଡ଼ିଶା ଆଦିବାସୀ ଅଚଂଳରେ ସୁରକ୍ଷିତ ଟୀକାକରଣର ପ୍ରଚାରପ୍ରସାର ପାଇଁ ୟୁନିସେଫ୍ ଗଣମାଧ୍ୟମ ମଧ୍ୟରେ ଭର୍ଚୁଆଲ ମିଟିଂ

ଆଦିବାସୀ ଅଚଂଳରେ ସୁରକ୍ଷିତ ଟୀକାକରଣର ପ୍ରଚାରପ୍ରସାର ପାଇଁ ୟୁନିସେଫ୍ ଗଣମାଧ୍ୟମ ମଧ୍ୟରେ ଭର୍ଚୁଆଲ ମିଟିଂ

49

ମାଲକାନାଗିରି/ ୨ା୭ (ଓଡିଆ ପୁଅ)  ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସହେଯାଗରେ ୟୁନିସେଫ୍ ଓଡିଶା ଦ୍ୱାରା ମାଲକାନଗିରି, କୋରାପୁଟ ଓ ରାୟଗଡ,ନବରଂଗପୁରା ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସିହତଏକ ଭର୍ଚୁଆଲ୍ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଡ. ଶଶୀଭୂଷଣ ପଣ୍ଡା, ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆର୍ ଆଇ, ଡା. ନିଳମାଧବ ସତପଥୀ, କୋରାପୁଟର (ଏଡିପିଏଚ୍‌ଓ) ଏଫ୍‌ଡବ୍ଲ୍ୟୁ, ଡ. ଅନିଲ୍ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଡ. ମୀନା ସୋମ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଏବଂ ରାଧିକା ଶ୍ରୀବାସ୍ତ, ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ଆଦି ଯୋଗଦେଇଥିଲେ । ନିବାରଣକୁ ଚିକିତ୍ସା ଠାରୁ ଭଲ ବୋଲି ଦର୍ଶାଇ ଏହି କାର୍ଯ୍ୟକ୍ରମରେ  କୋଭିଡ୍‌ର ଉପଯୁକ୍ତ ଆଚରଣ ଏବଂ ଅଧିକ ଲୋକଙ୍କୁ ଟୀକାକରଣ ପ୍ରତି ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଭୌଗଳିକ ପରିସ୍ଥିତି, କମ୍ ସାକ୍ଷରତା ହାର ଏବଂ ଟୀକାକରଣର ନିରାପତ୍ତା ଓ କାର୍ଯ୍ୟକାରିତା ଉପରେ ଥିବା ଭୁଲ୍ ଧାରଣାକୁ ଦୃଷ୍ଟିରେ ରଖି ରାୟଗଡା, କୋରାପୁଟ ଓ ମାଲକାନଗିରି ପରି ଆଦିବାସୀ ବହୁଳ ଜିଲ୍ଲାରେ ସଚେତନତାକୁ ବୃଦ୍ଧିକରିବା ପାଇଁ ଗଣମାଧ୍ୟକୁ ଗୁରୁତ୍ୱାରୋପ କରିବା ସହିତ ସେମାନେ ସଠିକ୍ ତଥ୍ୟ ପ୍ରକାଶ କରିବା ଓ ଟିକା ଉପରେ ଲୋକଙ୍କ ବିଶ୍ୱାସକୁ ଦୃଢିଭୁତ କରିବା ପାଇଁ ଏକ ସକାରତ୍ମକ ଭୂମିକା ଗ୍ରହଣ କରିବାକୁ କହିଥିଲେ । ୟୁନିସେଫ୍ ଓଡିଶାର ଡ. ଅନିଲ ପଟ୍ଟନାୟକ କୋଭିଡ୍‌ର ପ୍ରଭାବ ବିଷୟରେ କହିଛନ୍ତି ଯେ, “ଏକାଧିକ ଜଟିଳ ରୋଗରେ ପୀଡିତ ଥିବା ବ୍ୟକ୍ତି, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ  କୋଭିଡ୍ ବହୁତ କ୍ଷତିକାରକ ଅଟେ । ମାତ୍ର ୫% ଲୋକ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଗୁରୁତର ଭାବରେ ଏହି ରୋଗରେ ପୀଡିତ ହେଉଛନ୍ତି । ଦ୍ୱିତୀୟ ଲହରରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଅଧିକାଂଶ ଯୁବକମାନେ ଏବେ କୋଭିଡ୍‌ରେ ପ୍ରଭାବିତ ହେଉଛନ୍ତି । କୋଭିଡ୍ ପରବର୍ତୀ ଯତ୍ନ ଏବଂ ଅମ୍ଳଜାନ ସ୍ତରରେ ଉନ୍ନତିର ବିଭିନ୍ନ ଦିଗ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ପଲ୍ସ ଅକ୍ସିମିଟର ବ୍ୟବହାର କରି ଅମ୍ଳଜାନ ସ୍ତର ବାରମ୍ବାର ଯାଞ୍ଚ କରିବା ସହିତ ଅମ୍ଳଜାନ ସ୍ତରର ଉନ୍ନତି ପାଇଁ ପ୍ରୋନିଂ ପଦ୍ଧତି ମଧ୍ୟ ଦେଖାଇଥିଲେ ଏବଂ ଏହା ସହିତ କୋଭିଡ୍‌ରେ ଆକ୍ରାନ୍ତ ଥିବା ବ୍ୟକ୍ତି ନିଜର ଅମ୍ଳଜାନ ସ୍ତର  ଯାଞ୍ଚ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।”
କୋଭିଡ୍‌ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଆଚରଣ ନେବା ବ୍ୟତିତ ଦ୍ୱିତୀୟ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ଡ. ପଟ୍ଟନାୟକ ସ୍ପଷ୍ଟ କରି କହିଛନ୍ତି ଯେ, ସମସ୍ତ ଟିକା କ୍ଲିନିକାଲ ପରୀକ୍ଷଣର ଅନେକ ପର୍ଯ୍ୟାୟ ଦେଇ ଗତି କରିଥିବାରୁ ଏହା ସମ୍ପୂର୍ଣ୍ଣ  ଭାବରେ ସୁରକ୍ଷିତ ଅଟେ । ବିଭିନ୍ନ ରୋଗ ପାଇଁ ବିଭିନ୍ନ ପ୍ରକାରର ଟିକା ଅନେକ ଦଶନ୍ଧି ଧରି ରହିଆସିଛି ଏବଂ ଏହା ଜୀବନ ରକ୍ଷା ମଧ୍ୟ କରୁଛି । ସେହିଭଳି କୋଭିଡ୍ ଟିକା ମଧ୍ୟ ଲୋକଙ୍କୁ ଏହି ରାଗରୁ ରକ୍ଷା କରିବା ପାଇଁ ଉଦ୍ଧିଷ୍ଟ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ୩ଟି ଜିଲ୍ଲାରେ ଟିକାକରଣ ସଂଖ୍ୟା ଅଧିକ ରହିଛି ଏବଂ ଗଣମାଧ୍ୟମର ସମର୍ଥନ ରହିଲେ ୧୮-୪୪ ବୟସ ବର୍ଗର ଅଧିକ ଲୋକ ଏହି ଟିକାକରଣରେ ସାମିଲ ହୋଇପାରିବେ ।ଟୀକାକରଣର ନିରାପତ୍ତା ଓ କାର୍ଯ୍ୟକାରିତା ଉପରେ ମତ ରଖି ସ୍ୱାସ୍ଥ୍ୟ ବିଭାଗ ପରିଚାଳକ, ରୁଟିନ ପ୍ରତିରୋଧକ, ସ୍ୱାସ୍ଥ୍ୟ ବିଭାଗ ଡା. ଶଶୀଭୂଷଣ ପଣ୍ଡା କହିଛନ୍ତି, “ରାତା ରାତି କୌଣସି ଟିକା ପ୍ରସ୍ତୁତ ହୁଏ ନାହିଁ । ଅନୁମୋଦନ ପୂର୍ବରୁ ଏହା ଅନେକ ପର୍ଯ୍ୟାୟ ଦେଇ ପରୀକ୍ଷା କରାଯାଇଥାଏ । କୋଭିଡ୍ ପାଇଁ ଭାରତରେ ଉପଲବ୍ଧ କୋଭିଡ୍ ଟିକା ମଧ୍ୟ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଏବଂ ପରୀକ୍ଷଣ ଦେଇ ଗତି କରିଥାଏ । ଟିକା ନେବା ପରେ ଶରୀରେ ଗଠିତ ଆଣ୍ଟି-ବଡିଗୁଡିକ କୋଭିଡ୍ ବିରୁଦ୍ଧରେ ସୈନିକ ପରି ଲଢିଥାନ୍ତି ଏବଂ ଦୁଇ ଡୋଜ୍ ଟିକା ଶରୀରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି-ବଡି ସୃଷ୍ଟି କରିବାରେ ସାହାର୍ଯ୍ୟ କରିବ ବୋଲି ମଧ୍ୟ ସେ କହିଥିଲେ । ଏକାଧିକ ଜଟିଳ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଏହି କ୍ଷେତ୍ରରେ କିଛି ମାତ୍ରାରେ ବ୍ୟତିକ୍ରମ ଦେଖାଯାଇଥାଏ । ୨ଟି ଟିକା ନେବାର ୧୪ ଦିନ ପରେ ଏହା ସମ୍ପୂର୍ଣ୍ଣ ପ୍ରଭାବଶାଳୀ ହେବ ବୋଲି ସେ ପ୍ରକାଶ କରିଛନ୍ତି । ”
ଡା. ନିଳମାଧବ ସତ୍‌ପଥୀ କୋରାପୁଟର (ଏଡିପିଏଚ୍‌ଓ) ଏଫ୍‌ଡବ୍ଲ୍ୟୁ କହିଛନ୍ତି ଯେ, “ଉଚ୍ଚ ରକ୍ତଚାପ, ମଧୁମେହ ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଅତ୍ୟାଧିକ ଅସୁରକ୍ଷିତ ଅଟନ୍ତି । ତେଣୁ ସେମାନେ ଆଗକୁ ଆସି ତୁରନ୍ତ ଟୀକାକରଣ କରିବା ଉଚିତ୍ । ସଚେତନତାକୁ  ପ୍ରାଧାନ୍ୟ ଦେଇ ଆମେ ଆଶା କର୍ମୀମାନଙ୍କୁ ନେଇ ଘରକୁ ଘର ସଚେତନ କରିବା ଅଭିଯାନ କାରାଯାଇଛି । ଏଥିରେ ଆମେ ଭଲ ପ୍ରତିକ୍ରିୟା ପାଇଛୁ ଏବଂ ଆଗାମୀ ଦିନରେ ଅଧିକ ଟୀକାକରଣ ହେବ ବୋଲି ଆମେ ଆଶା କରୁଛୁ । ”
ୟୁନିସେଫ୍ ଓଡିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ, ଡ. ମୀନା ସୋମ୍ ଗଣମାଧ୍ୟମକୁ ଅନୁରାଧ କରି କହିଥିଲେ ଯେ, କୌଣସି ଭୁଲ ଖବର କିମ୍ବା ଭୁଲ୍ ତଥ୍ୟ ପ୍ରକାଶ କାରନ୍ତୁ ନାହିଁ ଓ ପ୍ରକାଶ କରିବା ପୂର୍ବରୁ ସଂପୃକ୍ତ ସରକାରୀ କର୍ମଚାରୀ ଏବଂ  ବିଶେଷଜ୍ଞଙ୍କ ସହ ତଥ୍ୟ ଯାଞ୍ଚ କରନ୍ତୁ । ଏହି କାର୍ଯ୍ୟକ୍ରମକୁ ୟୁନିସେଫ୍ ଓଡିଶାର ବିଶେଷଜ୍ଞ, ରାଧିକା ଶ୍ରୀବାସ୍ତବ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.