Home ଜିଲ୍ଲା ପରିକ୍ରମା ଜିଲା ଆଇନ୍ ସେବା ପ୍ରାଧିକରଣ ପାଳିଳା ୭୨ତମ ବନମହୋତ୍ସବ ସପ୍ତାହ

ଜିଲା ଆଇନ୍ ସେବା ପ୍ରାଧିକରଣ ପାଳିଳା ୭୨ତମ ବନମହୋତ୍ସବ ସପ୍ତାହ

26

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଓ ଭଦ୍ରକ ଟ୍ରି-ଫ୍ୟାମିଲି କର୍ମକର୍ତ୍ତାଙ୍କ ମିଳିତ ଆନୁକୂଲ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଜିଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଦୌରାଜଜ୍ ଶିଶିର କୁମାର ରଥ ଅଧ୍ୟକ୍ଷତା କରିଥିଲେ । ଆଇନ୍ ସେବା ପ୍ରାଧିକରଣର ସଚିବ ସମାପିକା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଭଦ୍ରକ ସିଭିଲ୍ କୋର୍ଟର ସମସ୍ତ ବିଚାରପତି, ଭଦ୍ରକ ବନଖଣ୍ଡ ରେଞ୍ଜର ରଂଜିତ କୁମାର ମହାନ୍ତି, ଫରେଷ୍ଟର ବସନ୍ତ କୁମାର ମାଝୀ, ଫରେଷ୍ଟଗାର୍ଡ ବିନୋଦ କୁମାର ସିଂ, ଭଦ୍ରକ କୋର୍ଟ ଓ ଜିଲା ଆଇନ୍ ସେବା ପ୍ରାଧିକରଣର କର୍ମଚାରୀ, ପ୍ୟାନେଲ ଓକିଲ ଓ ପିଏଲ୍‌ଭି ଗଣ ଯୋଗଦେଇ ଚାରାରୋପଣ କରିଥିଲେ । ବାୟୁ ପ୍ରଦୂଷଣ ମୁକ୍ତ ଲାଗି ଚାରା ଲଗାଇ ପରିବେଶ ସୁରକ୍ଷା ଦିଗରେ ବନ ମହୋତ୍ସବ ସହିତ ସେଗୁଡିକର ଯତ୍ନ ଓ ସୁରକ୍ଷାର ଦାୟିତ୍ୱ ନେବାକୁ ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଦୌରାଜଜ୍ ଶ୍ରୀ ରଥ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.